STORYMIRROR

Aishwarya Mishra

Others

4  

Aishwarya Mishra

Others

ମୃତ୍ୟୁ

ମୃତ୍ୟୁ

1 min
225


ଜନମ ସହିତେ ନିରବେ ନିଶ୍ଚଳେ

ପାଦ ଚାପି ଚାପି ଆସେ

ଛାୟା ପରି ସେ ତ ଲାଗି ରହିଥାଏ 

ଜୀବନର ପାଶେ ପାଶେ...


ମୃତ୍ୟୁ ଅଟେ ସେହି ଅମ୍ଳାନ ସନ୍ତକ

ଜୀବନେ ପରମ ସତ୍ୟ

ଆଉ ସବୁ ଏଠି ଅଢେଇ ଦିନିଆ

ହୋଇଯାଏ ସେ ବିଲୁପ୍ତ...


ମାୟା ବନ୍ଧନର ଅନ୍ତ ଘଟାଇ ସେ

ନିରବେ ନିଏ କୋଳେଇ

ସବୁ ଦୁଃଖ ଶୋକ ହରି ନିଏ ମନୁ

ଶାନ୍ତିରେ ଦିଏ ଶୁଆଇ...


ମୃତ୍ୟୁ ବୁଝେ ନାହିଁ ସଂସାର ଦାୟିତ୍ଵ

ସ୍ନେହ-ପ୍ରେମର ବନ୍ଧନ 

ଆୟୁଷ ସରିଲେ, କାଳ ଫାଶେ ଛନ୍ଦି

ହରିନିଏ ସେ ଜୀବନ...


ତା' ଠାରେ ନ ଥାଏ ଶତ୍ରୁ-ମିତ୍ର ଭାବ

ପର-ଆପଣାର ଦ୍ଵିଧା

ମୃତ୍ୟୁ ତରାଜୁରେ ସଭିଏଁ ସମାନ

ବୃଦ୍ଧ ହେଉ ଅବା ଯୁବା...


କାମନା ବାସନା ଈର୍ଷା ହିଂସା ଦ୍ଵେଷ

ସବୁର ଘଟାଇ ଅନ୍ତ

ମୃତ୍ୟୁର ଗ୍ରାସରେ କବଳିତ ହୁଏ

ମରଣଶୀଳ ମନୁଷ୍ୟ...


ମୃତ୍ୟୁ ଧୋଇନିଏ ଜୀବନ କଷଣ 

ରାଗ-ରୁଷା ଅଭିମାନ 

ଜୀବନ ଯାତ୍ରାର ଦୀପକୁ ଲିଭାଇ

ଛାଡ଼ିଯାଏ ପଦ ଚିହ୍ନ...



Rate this content
Log in