STORYMIRROR

SUKANTA KHANDA

Others

3  

SUKANTA KHANDA

Others

ମୃତ୍ୟୁ ବାର୍ଷିକୀ

ମୃତ୍ୟୁ ବାର୍ଷିକୀ

1 min
135

ରାଧାନାଥ ରାୟ ଆଜିର ଦିନରେ

ଇହଧାମ ତ୍ୟାଗ କଲେ

ଯିଏ ଓଡି଼ଶାର ଗରବ ଗୌରବ

ମରିକି ଅମର ହେଲେ।୧


ଓଡି଼ଶା ପାଇଁକି ଉଜ୍ଜଳ ନକ୍ଷତ୍ର

ଝଟକୁ ଅଛନ୍ତି ସଦା

ସାହିତ୍ୟ ସାଧନା କରିକି ନିଜର

ମରତୁ ହୋଇଲେ ବିଦା।୨


କାବ୍ୟ ଓ କବିତା ସଦା ଢଳଢ଼ଳ

ସାରୁପତ୍ରେ ଜଳ ପରି

ଅକ୍ଷୟ କୀରତ୍ତି ଅମ୍ଳାନ ପ୍ରତିଭା

ଆସ ଆଉ ଥରେ ଘୂରି।୩


ଏ ଓଡି଼ଶା ଭୂମି ଡାକୁଛି ଆକୁଳେ

ଅବତରୀ ଆସିବାକୁ

ପାଣି ପବନ କି ଆଲୋକ ମଧ୍ଯ ବି

ଅପେକ୍ଷାରେ ନାଚିବାକୁ।୪


ତୁମର କରମ ତୁମର ଧରମ

ଏ ସଂସାରେ ବିରଳ 

ଏଠି ଆମେ ଯେତେ ବଞ୍ଚି ରହିଅଛୁ

ପିଉଛୁ ଖାଲି ଗରଳ।୫


ଭାବୁଥାଉ ମନେ କବିତା କି କାବ୍ୟ 

ଲେଖୁ ମାନପତ୍ର ପାଇଁ

ଲାଞ୍ଚ ଆଉ ଘୋଷ ଦେଇ ହାତେଇଲେ

ଅମର ହେବୁ କି ସାଇଁ?୬


ତୁମେ ସେତେବେଳେ ଓଡି଼ଆ ସାହିତ୍ୟ

ବଞ୍ଚାଇ ରଖିବା ପାଇଁ

କରମ ଧରମ କରି ଚାଲିଥିଲ 

ଓଡି଼ଶା ଭବିଷ୍ୟ ନେଇ।୭


ଆଜିକାଲି ଏଠି ସ୍ୱାର୍ଥରେ ଚାଲୁଛୁ

ପୁରସ୍କାର ମିଳୁଥାଉ

ଖବର କାଗଜ ଟିଭି ରେଡି଼ଓରେ

ପ୍ରଚାର ପ୍ରସାର ହେଉ।୮


ଜଗତ କଲ୍ୟାଣ ନ କରିବା ଯୋଗୁଁ

ନିଇତି ମରିବା ପରି

ବ୍ଯାକୁଳିତ ମନ ହୁଏ ଘନଘନ

ଆମକୁ କେ'କେବ ଝୁରି?୯


ଆହେ ରାଧାନାଥ କବି ଏ ମରତେ

ପ୍ରଣାମ ମୋହର ଘେନ 

ଅନ୍ତରେ ଟେକୁଛି ଧୂପ ଆଉ ଦୀପ

ଏ ମୃତ୍ୟୁବାର୍ଷିକୀ ଦିନ।୧୦


ଆଶୀର୍ବାଦ କର ଓଡି଼ଶା ବୁକୁରେ

ନବ ଯୁଗର ଏ କବି

ନିଃସ୍ୱାର୍ଥ ଭାବନା ହୃଦୟରେ ଆସୁ

ତୁମକୁ ହିଁ ଭାବିଭାବି।୧୧



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍