STORYMIRROR

SUKANTA KHANDA

Others

3  

SUKANTA KHANDA

Others

ମୃତ୍ଯୁ

ମୃତ୍ଯୁ

1 min
153


ତୁମେ ଅବେଳରେ ଆସିଗଲ ମୃତ୍ଯୁ।


ମୋର କିନ୍ତୁ ଅନେକ କାମ ବାକି ରହିଗଲା

ଦେଖୁନ ! 

ପୁଅଟା ପାଠ ପଢୁଛି 

ରୋଜଗାର ଏଯାଏଁ କରିନି

ସଂସାରର କୌଣସି କିଛି ବି ସୁଖ

ହାତେଇନି 

ନାବାଳକଟେ ବହୁତ କଷ୍ଟ ପାଇବ।


ସେ ଆଡ଼କୁ ଦେଖନ୍ତୁ ନା

ନଈ ବଢି଼ ପରି ଝିଅ ମୋର ଫୁଲିଛି

କୁଳଲଂଘି ଯଦି ମାଡି଼ଯିବ

ଭାରି ଭୟଙ୍କର,ନୁହେଁ?


ତାର ବିବାହ ଜରୁରୀ।


ଯଦି ତୁମେ ହାତ ଧରନ୍ତ

ମୁକ୍ତି ହୋଇ ଯାଆନ୍ତି ଆଉ 

ତୁମକୁ ବି ମନା କରନ୍ତିନି 

ଯିବାକୁ ସାଙ୍ଗରେ।


ସେ ନିଶକୁ ମୋଡି଼ କହିଲା

ମୁଁ ଯମଲୋକ

ମୋତେ କର୍ମ କରିବାକୁ ଦିଅ।


ସେ ଝିଙ୍କିନେଲା ମୋର ଜୀବନକୁ

ତାଳଗଛ ପରି ଟଳି ପଡି଼ଲି ଭୂତଳେ।


ପତ୍ନୀ ଶଙ୍ଖା ଓ ସିନ୍ଦୂର ପୋଛିଲା

ପୁଅ କୁଣ୍ଢାଇ ଚିତ୍କାରିଲା 

ମୋତେ ବି ନେଇଚାଲ ବାପାଙ୍କ ସାଙ୍ଗରେ

ଝିଅ ବାହୁନିଲା ଅଭିଆଡ଼ ରଖି ଚାଲିଗଲ ବାପା?


ମୃତ୍ଯୁ ଭାରି ଦୟାଳୁ।


ସେ ମୋର ଜୀବନକୁ ଫେରେଇ କହିଲା

ତୁମେ ଜୀଇଁରୁହ ଯେତେ ଦିନ ଇଛା ଭୀଷ୍ମ ପରି

ମୃତ୍ଯୁକୁ ନ ଚାହିଁବା ଯାଏଁ।


ଆଜି ମୁଁ ବୁଢା଼ 

ନାତି ଓ ଅଣନାତି ମୃତ୍ଯୁ କରିଲେଣି

ଅଥଚ ମୋତେ ମୃତ୍ଯୁ ହେଉ ନାହିଁ ଭାରି ଡହର ବିକଳ ଏ ସଂସାର ହାଟରେ

ଗୁହ ମୁତ ହୋଇ ବିଛଣାରେ ସଢୁଛି

କେହି ବି ଭଲ ପାଉ ନାହାଁନ୍ତି 

ସେବା କରିବାକୁ

ପ୍ରତି କଥାରେ ସେଇ ଗୋଟିଏ ଝିଙ୍ଗାସ

ସେତେବେଳେ ନ ମରି ଅମର ବର ମାଗିଛ 

ଏବେ ମୃତ୍ଯୁକୁ ଡାକୁଛ କାହିଁକି?


ମୁଁ ଅନୁଭବ କରୁଥିଲି 

ସଂସାରେ କେହି ବି ନିଜର ନୁହଁନ୍ତି

ପତ୍ନୀ,ପୁତ୍ର ଅବା ଝିଅ କାହିଁକି

ନିଜେ ବି ନିଜର ନୁହଁ ।


ମସ୍ତବଡ଼ ଭୁଲ ପାଇଁ ଆଜି ଅନୁତାପ।

          


Rate this content
Log in