STORYMIRROR

Bunee Tripathy

Others

4  

Bunee Tripathy

Others

ମର୍ତ୍ତ୍ୟ ବୈକୁଣ୍ଠ

ମର୍ତ୍ତ୍ୟ ବୈକୁଣ୍ଠ

1 min
1.5K


ବଞ୍ଚିବାର ମୋହ ଥାଏ ସଭିଙ୍କର

  ଖାଦ୍ଯ, ବସ୍ତ୍ର, ବାସଗୃହ

ଏତିକି ମିଳଇ ଜୀବନରେ ଯେବେ

   ବଞ୍ଚିଯିବ ଅହରହ।


ଖାଦ୍ଯ ଗଣ୍ଡେ ପାଇଁ ଭିଟାମାଟି ଛାଡି

   ଖଟୁଛି ହୋଇ ଦାଦନ

ଲଜ୍ଯା ନିବାରଣ ପାଇଁ ଲୋଡା ତାର

   ବସ୍ତ୍ରେ ହେବ ଆଚ୍ଛାଦିତ।


ମୁଣ୍ଡ ଗୁଞ୍ଜିବାକୁ ବାସଟିଏ ଲୋଡା

   ଚାଖଣ୍ଡେ ହେଉ ତା ପାଇଁ

ସଭିଙ୍କର ଭାଗ୍ଯେ ମିଳେନି ସେ ସୁଖ

   ନିଜର କହିବା ପାଇଁ।


ଭଡାଘର ଖଣ୍ଡେ ନିଅନ୍ତି ଖୁସିରେ

   ଦୁଃଖ କରନ୍ତିନି ମନେ

ମନପ୍ରାଣ ଢାଳି ପାଆନ୍ତି ତ ଭଲ

   ରହିଥାନ୍ତି ଯେଉଁ ସ୍ଥାନେ।


ଭଡା ବା ନିଜର ଘର ତ ଅଟଇ

   ଢାଳିଦିଏ ତା ପରାଣ

ନିଜହାତେ ତାକୁ ରଙ୍ଗ ରୂପ ଦିଏ

   ସନ୍ତୋଷ ହୁଅଇ ମନ।


ଜୀବନର ସ୍ବପ୍ନ ହୁଅଇ ତ ଘର

   କାହା ଭାଗ୍ଯେ ପୁଣି ଜୁଟେ

ଘରୋଟିଏ ପାଇ ଜୀବନ ବିତଇ

  ଆଉସବୁ ଅଧାବାଟେ।


ଯେଉଁଠାରେ ଆମେ ସଭିଏଁ ଏକାଠି

   ରହିଥିବା ନିରନ୍ତର

ସ୍ନେହ ମମତାର ନିବିଡ ବନ୍ଧନେ

   ତାହା ହୋଇଥାଏ ଘର।


ଭଡାଘର ବୋଲି କରିବନି ଘୃଣା

   ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ

ତାପାଖେ ଆମେତ ଚିରରୁଣି ହେବା

   ଏହି ଆମ ବାସସ୍ଥାନ।


ଖରା ବରଷାର ଦାଉରୁ ଆମକୁ

   ରଖିଛି ତା ଛାତ ତଳେ

ନିଜେ ସହେ କଷ୍ଟ ଦୁଃଖ କରେନାହିଁ

  ଖୁସି ସେ ଦେଖିଲା ବେଳେ।


ଘରବୋଲି ଯା'କୁ ଗ୍ରହଣ କରିଛେ

   ଭଡା କହିବାନି କେବେ

ସିଏତ ଆମର ଜୀବନଠୁ ବଡ

   ରହିଛେ ଆମେତ ଯେବେ।


ମର୍ତ୍ତ୍ୟ ବଇକୁଣ୍ଠ ଅଟଇ ଆମର

  ସେହି ପରା ଆମ ଘର

ତାଠାରୁ ସୁନ୍ଦର ନୁହଁଇ କେହିତ

   ସ୍ନେହ ଅଛି ପରସ୍ପର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍