STORYMIRROR

ବିଜୟ କୁମାର ନାୟକ

Others

3  

ବିଜୟ କୁମାର ନାୟକ

Others

ମରଣ ସମୀପ

ମରଣ ସମୀପ

1 min
285

ମରଣ ସମୀପ........


ଜୀବନ ଅବଧି ସ୍ୱଳ୍ପ

କେତେବେଳେ ଲାଗେ ମରଣ ଦୂରରେ

କେବେ ଲାଗେ ସେ ସମୀପ।


ବାଳୁତ ବର୍ଣ୍ଣନା କୋପ

ମାତୃତ୍ଵ କୋଳରେ କ୍ଷଣେ ଯାଏ ବିତି

କ୍ରନ୍ଦନ ବଳରେ ଦ୍ଵୀପ।


ପ୍ରାନ୍ତ ବାଲ୍ୟାବସ୍ଥା ଶ୍ରାପ

ବିଦ୍ୟା ଅଧ୍ୟୟନେ ଧସେଇ କି ପଶେ

କୈଶୋର କାମିନୀ ରୂପ।


କଦର୍ଯ୍ୟ କାମିନୀ ଗଳ୍ପ,

ଅଭିନୟ ମଧ୍ୟେ ବିତଇ ଯୌବନ

ଆଉ ବାକି ରହେ ଅଳ୍ପ।


ମୋହ ମାୟା ବିତ୍ତ କୂପ

ନ ଭରେ ଭରିଲେ ଭରଣ ଭରଣ

ଆହୁରି ଖୋଜେ ଅଳପ।


ସନ୍ତାନ ସନ୍ତତି ଛାପ

ସଞ୍ଚିଛି ପୈତୃକ ସମ୍ପତି କେଯାଏଁ

ଭରି ସେ ଦୃଷ୍ଟି ଲୋଲୁପ।


ବିମାତା କରିଛି କୋପ

ଅନ୍ତରେ ଭରିଛି ଅନର୍ଗଳ ବିଷ

ପୋଛିବ ସାବତ ଲେପ।


ବାର୍ଦ୍ଧକ୍ୟ ବର୍ଦ୍ଧିତ ରୂପ

କାଳର କରାଳ କମନୀୟ କାନ୍ତି

ଜଳିବ ମୃତ୍ୟୁ ପ୍ରଦୀପ।


ଅବାଧ୍ୟ କୂଳର ଦୀପ

ନିଶ୍ଚିହ୍ନ ନୀରବେ ହୋଇବ ନିବଂଶ

ଜଳୁଅଛି ଦପ ଦପ। ବିଜୟ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍