STORYMIRROR

subrat kumar jena

Others

4  

subrat kumar jena

Others

ମରୀଚିକା ଗନ୍ତବ୍ୟ

ମରୀଚିକା ଗନ୍ତବ୍ୟ

1 min
200

 ମରୀଚିକାକୁ ଗନ୍ତବ୍ୟ ଭାବି,

ଏମିତିରେ ଧାଇଁ ଗଲି କେତେ ବାଟ,

ଆଶା ଥିଲା ଅସୁମାରୀ,

ମନରେ ପ୍ରଶ୍ନ ବୋଲି କିଛି ନଥିଲା,

କେବଳ ଧାଉଁଥିଲି ସଫଳତାର ସନ୍ଧାନେ,

ସ୍ମୃତିର ନଦୀ ତୀରେ,

ଆଖିରେ ପଡିଥିଲା ପଲଟ କୃତ୍ରିମ ଆବରଣର,

ମିଛ ଲାଗୁଥିଲା ସତ ପରି,

ସତ ସବୁ ଦୁରେଇ ଯାଉଥିଲେ କ୍ରମଶଃ.....

କେବଳ ଯାହା ଥିଲା ବାସ୍ନା କସ୍ତୁରୀର,

ହେଲେ କସ୍ତୁରୀ କେଉଁଠି ?

ମିଛ ମାୟାର ଆଢୁଆଳେ ମୁଁ ବିଚରା ମୃଗ,

ଅନବରତ ଧାଉଁଥାଏ କସ୍ତୁରୀ ଲାଗି,

ହେଲେ ଏଠି ଘଟିଲା ବ୍ୟତିକ୍ରମ,

ନାଁ ଏହାକୁ ବ୍ୟତିକ୍ରମ କାହିଁକି ବା କହିବି,

ଏ ତ ଆଲୋକର ରେଖାଟିଏ ସତ୍ୟ ସନ୍ଧାନରେ,

ଆଖିର ଆନ୍ଧାର ଆବରଣକୁ ହଟାଇବାର ରାସ୍ତାଟିଏ,

ମିଳିଗଲା ମୁକ୍ତି !

ଜୀବନ ତରୀ ଡୁବୁ ଡ଼ୁବୁ ବଞ୍ଚିଗଲା ଝଡରୁ,

କୋଟିଏ ପ୍ରଣାମ ସେ ପରମପିତାଙ୍କ ପାଖରେ,

ସବୁକିଛି ହରାଇଲା ଆଗରୁ,

ଅନ୍ତତଃ ବଞ୍ଚିଗଲା କିଛି ଆଗାମୀ କାଲି ଲାଗି,

ଜୀବନଗାଡିକୁ ଧୀରେସ୍ଥିରେ ଆଗକୁ ନେବାକୁ ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍