ମରଦରେ ନୁହେଁ ଗଣା
ମରଦରେ ନୁହେଁ ଗଣା
1 min
775
ମଦ ବିରୋଧରେ ଲଢିବା ଇଛାଟା
ଏବେ ମୋ ହେଲାଣି ଊଣା
ମଦ ପିଏନାହିଁ ଯେଉଁ ମଣିଷଟା
ମରଦରେ ନୁହେଁ ଗଣା।
ସୁରା ପାନକରି ସୁରପତି ଆଦି
ହେଉଥିଲେ ମହାଖୁସୀ
ଉର୍ବଶୀ ମେନକା ରୂପସୀ ରମ୍ଭାଙ୍କ
ନୃତ୍ୟ ଦେଖୁଥିଲେ ବସି।
ମଧୁପ ନଥିଲେ ମଧୁକେ ପିଇବ
ମଧୁଧର ମନ ଊଣା
ମଧୁପାଇଁ ସିନା ଏ ମଧୁପ ଜାତି
ଜଗତେ ହୁଅନ୍ତି ଜଣା।
ସୁରାପାନ ଯଦି ଯାଦବ ନକରି
ରହିଥାନ୍ତେ ଆନନ୍ଦରେ
ଦ୍ବାରକା କି ଧ୍ବଂସ ସାଗର ଗରଭେ
କୁହ ସାଧୁ ଚିନ୍ତି ବାରେ।
