ମୋର ପରିଚୟ
ମୋର ପରିଚୟ
ମୁଁ କିଏ, କଣ ମୋର ପରିଚୟ
ପଚାରେ ଯେବେ ନିଜକୁ ବହୁ ନାମ ଆସେ
ତଥାପି କାହିଁ ନିଶବ୍ଦ ରାତିର ଅମାବାସ୍ୟା ଭିତରେ ଖୋଜିଲା ପରି ଲାଗେ ମୋର ଅସ୍ତିତ୍ବ.
ଅନ୍ଧାର ଚାରିଆଡେ ତ ଅନ୍ଧାର !
ନାହିଁ ଆଉ ସମ୍ଭାଳି ହଉନି ଏ ଉତ୍ତର
ହୋଇ ଉଠିଛି ମୋର ଶ୍ୱାସରୁଦ୍ଧ
ମୋତେ ମୋର ପରିଚୟ ଦରକାର,
ସାଉଁଟି ପାରିବନି ମନ ଏ ଭଗ୍ନ ଆଇନାକୁ
କାହିଁକିନା ସେ ମିଥ୍ୟାମୟ !
ଯୁଗ ଯୁଗରୁ ମୁଁ ଝୁଣ୍ଟି , ପଡି, ଉଠିଛି
କାହିଁ ଚାଲିବା ତ ବନ୍ଦ କରିନି
ପ୍ରକୃତିର ବାର ମାସ, ସାତ ଋତୁ ଆସୁଛି ଯାଉଛି
ମୁଁ ଭି ରଙ୍ଗୀଛି ତାର ପ୍ରତିଟି ଋତୁରେ
ଅନେକ ନାମ, ସମ୍ପର୍କରେ କିନ୍ତୁ ତଥାପି
ଅସ୍ତିତ୍ବ ମୋର ସେଇ ଭଗ୍ନ ସ୍ତୁପ !
ପ୍ରତିଟି ପାଦ ମାଗିଛି ମୋତେ ସ୍ନେହ, ଆଦର, ମମତା, ଜଳାଞ୍ଜଳି
ମନର ପସରା ମେଲାଇ ଦେଇଛି... କିନ୍ତୁ
ପାଇଛି କଣ ଅଳିଆ, ଆବର୍ଜନା, ନିନ୍ଦା, ଅପବାଦ ।
ଏଇ କଣ ମୋର ଅସ୍ତିତ୍ବ?
ବିଧାତା ଦେଇଥିବା ଏ ଶରୀର କଣ ମୋର
ପରିଚୟ....
ପ୍ରତିଟି ଅଙ୍ଗ, ପ୍ରତ୍ୟଙ୍ଗ ପାଇଛି ଅନେକାଅର୍ଥ
ଯୁକ୍ତ ନାମକରଣ
ମୁଣ୍ଡରୁ, ପାଦ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ନିଜସ୍ୱ ଅର୍ଥରେ ଆପଣେଇଛି ମନୁଷ୍ୟ ଠୁ ବିଧାତା !
ଖାଲି ମିଛ ପ୍ରହସନ
ଯାହାକୁ ଛାତିର, କୋଳର ଉଷ୍ଣତା ଦେଇଛି, ସେ ଖେଳିଛି ଏଠାରେ ତା ଭୋକ ମେଣ୍ଟାଇବାରେ
ସୁଖୀ ଗଲାଣି ଏ ବକ୍ଷ ମା ନାମକୁ !
ଏହା କଣ ମୋର ଅସ୍ତିତ୍ବ?
ସମୟର ସ୍ରୋତରେ କେତେଥର ଚେଷ୍ଟା କରିଛି, ମୋ ଦେହରେ ଲାଗିଥିବା ଏ ଅଳନ୍ଦୁ ଝାଡ଼ିବାକୁ
ସବୁଥର ବାନ୍ଧି ପକାଇଛି ଏ ସମାଜ ମୋର ଉଭୟ ହାତ, ଗୋଡ଼କୁ...
ଖାଲି ମୁଁ ଚିଲାଏ...
ପହଂଚିନି ମୋର ଖ୍ୟତାର୍ଥ, ରକ୍ତ ଜନିତ ଆର୍ତ୍ତରଣ କାହା ପାଖରେ !
ଏହା କଣ ମୋର ଅସ୍ତିତ୍ବ?
ନାହିଁ ଆଉ ହବନି, ଏ ଥର ମୁଁ ଜିଦ କରୁଛି
ମୋତେ ମୋର ପରିଚୟ ପ୍ରଦାନ କରାଯାଉ
ମୁଁ ଖୋଜୁଛି ମୋ ମୂଳ ତତ୍ତ୍ୱ କୁ ଅସ୍ତିତ୍ବ କୁ
ଚାପିବାକୁ ଦେବିନି ଆଉ ମୁଁ ମୋ ମୁହଁକୁ ତୁମ ଦବନଭରା ହସ୍ତରେ
ତୁମର ଏ ଦବନମୋତେ କଷ୍ଟ ଦେଉଛି
ଅଶେଷ କ୍ରୋଧଯୁକ୍ତ ଲାଭା ଜାଗୃତ କରୁଛି ମୋ ଅନ୍ତରରେ ପ୍ରତିଟି କ୍ଷଣ !
ବହୁତ ହେଲା ମୁଁ ସେଇ ସମୟ ଆଉଥରେ କହୁଛି
ଯଦି ମୋର ଅସ୍ତିତ୍ବ ଏହା, ସଜାଗ ହୁଅ
ମୁଁ ଏ ମାନବ ସମାଜ, ଏ ସମଗ୍ର ବିଶ୍ୱର ବିଲୁପ୍ତର କାରଣ !
ଡର ମୋତେ ଏ ମାନବ ସମାଜ
ଯୁଗ ଯୁଗ ଧରି ମୁଁ ହେଉଛି ମହିୟସୀ
ମୋର ଅନେକ ରୂପ, ଅନେକ ନାମ
ମୋତେ ସ୍ୱୟଂ ନାରାୟଣ ଗଢି ମଧ୍ୟ୍ୟ ଡରିଛନ୍ତି, ତୁ ତ ସାଧାରଣ ତୁଛ ମାନବ !
ଏହାହିଁ ମୋର ଅସ୍ତିତ୍ବ, ମୋର ପରିଚୟ !
