ମୋର୍ ଜୀବନ୍ ଗୁଟେ ରଫ୍ ଖାତା
ମୋର୍ ଜୀବନ୍ ଗୁଟେ ରଫ୍ ଖାତା
କେତେ ଲୋକ୍ କୁ ବିଶ୍ବାସ କରିଥିଲି
ହୁରୁଦ୍ ଭିତିରେ ବସେଇ,
ନାଇଁ ଜାନି ପାର୍'ଲି ସେମାନେ ଦିନେ
ଦେବେ ମତେ କନ୍ଧେଇ ।
ବିଶ୍ବାସ୍ ଥି ମୋର୍ ବିଷ୍ ଭରିଦେଲେ
କଅଲିଆ କଥା କହି,
ଯାହାକେ ଭି ନିଜର୍ ଭାବୁଛେ ମୁଇଁ
ସେମାନେ ହି ଦଗା ଦେଇ ।
ଦୁଇ ଦିନର୍ ମିଠା ସପନ୍ ଦେଖେଇ
ଥିସନ୍ ମତେ ହସେଇ,
କାମ୍,ବୁତା ତାକର୍ ସରିଗଲେ
ନାଇଁ ଚିହ୍ନି କହେସନ୍ ଭାଇ ।
ମୋର୍ ଦୁଃଖର୍ କଥାନୀ ସୁନାମି କହାକେ
କିଏ ବୁଝବା ରେ ମତେ,
କୁହୁଲି କୁହୁଲି ମନ୍ ଭିତିରେ ଜଲୁଛେ
କିଏ ଲିଭାବାରେ ସତେ ।
ଫଟା କପାଲ୍ ମୋର୍,ଫଟା ଟିନ୍
ଦିନେ ଦେଖାସନ୍ ଲାଲଟିନ୍,
ବାହାରି,ଭିତିରି ଯେନ୍ତା ପାର୍'ଲେ
ଠଗି ଆନୁଛନ୍ ରାଏତ୍ ଦିନ୍ ।
ରଫ୍ ଖାତା ଲେଖେ ଜୀବନ୍ କେ ମୋର୍
ଯିଏ ପାରୁଛେ ଲେଖୁଛେ,
ପଛେକା ହଜି ଗଲେ ,ହଜି ଯିବା
ଚିନ୍ତା ନାଇଁ କହୁଛେ ।
ମୋର୍ ଜୀବନ୍ ଗୁଟେ ରଫ୍ ଖାତା ହେଇଗଲା
ମନର୍ କଥା ମନେ ରହିଗଲା,
କାହାର୍ କାଣା ଦୋଷ୍ କରିଥିଲି ଯେ
ଖେଲନା ଭାବି ଖେଲିଗଲା ?
