STORYMIRROR

SUKANTA KHANDA

Others

4  

SUKANTA KHANDA

Others

ମୋର ଗାଁ'ଟି କେଡେ ମଧୁର

ମୋର ଗାଁ'ଟି କେଡେ ମଧୁର

1 min
313


ମୋର ଗାଆଁଟି କେଡେ ମଧୁର

ତା'ପରି କିଏ ହେବ

ଚାକଚକ୍ଯରେ ସ୍ବର୍ଗଧାମଟି

ଶୋଭାରେ ବଇଭବ।


ପ୍ରକୃତି ଖେଳେ ଆନନ୍ଦ ହୋଇ

ଶୀତଳ ବାଆ ବହି

ସନ୍ଧ୍ଯା ଆକାଶେ ଜଳାଏ କିଏ

ପ୍ରଦୀପଟିଏ କେହି।


ଗାଆଁ ଭିତରେ ଟାଙ୍ଗରତଳି

ଦୁଇ ପାର୍ଶ୍ବରେ ନାଳ

ବରଷା କାଳେ ଲହରୀ ଆହା

ଆସେ ମାଳକୁମାଳ।


ପୂର୍ବ ପଶ୍ଚିମେ ଘଞ୍ଚ ବନାନୀ

ସବୁଜ କ୍ଷେତ ଗାଆଁ

ସୌନ୍ଦର୍ଯ୍ଯ ଆଣେ ମୋର ଗାଆଁକୁ

ଆହା ଛାଆଁକୁ ଛାଆଁ।


ମୋର ଗାଆଁଟି ଅମରାବତୀ

ପରିବେଶର ଆଭା

ଶିବ ଦେବତା ଗ୍ରାମ ଦେବତୀ

ପାଇଁ ଦିଶଇ ଶୋଭା।


ପିଲା ଦିନର ସାଙ୍ଗରେ ଯେବେ

ବୁଲିଛି ତୋଟାମାଳ

ଖରା ବରଷା ଶୀତ କାକର

ନ ଭାବି ଦିନେ କାଳ।


ପ୍ରାକୃତିକରେ ପୂର୍ଣ୍ଣ ଗାଆଁଟି

ଯିଏ ମୋ ଆପଣାର

ଛୋଟ ହେଲେ ବି କେତେ ଯେ ନା

ଓଡି଼ଶା ବୁକେ ତାର।


ଜାତୀୟ ପଥ ବେଲ ପାହାଡ଼

ନଦୀର ସ୍ଥାନ ଦେଖି

ଗଢି଼ ଉଠିଛି ମୋ ଗାଆଁ ଭୂଇଁ

ଇତିହାସ ହିଁ ସାକ୍ଷୀ।


ମୋ ପାଇଁ ଯିଏ ସ୍ବରଗପୁର

ସେଇ ମୋ ପୂଣ୍ୟ ଗାଁ

ହସ ଖୁସିରେ ମୋ ପରିବାର

ଖେଳୁଛି ଛାଆଁଛାଆଁ।


ପାଠ ଓ ଡାକ ବାପା ଭାଇଙ୍କ

ପାଶୋରି ନାହିଁ ଆହା

ଗପ ସପରେ ମଜ୍ଜି ଯାଉଛୁ

କହିଲେ ଜେଜେ ମାଆ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍