STORYMIRROR

Pinku Ranbida

Others

3  

Pinku Ranbida

Others

ମୋର୍ ଗାଁ ଲାଗୁଛେ ପର୍

ମୋର୍ ଗାଁ ଲାଗୁଛେ ପର୍

1 min
204

ଯେନ୍ ଗାଁ'ମାଟି ଖେଲୁଥିଲୁ ମିସି

   ସାଙ୍ଗସାଥି ଏକ୍ ହେଇ

ସେ ଗାଁ' ମାଟି ମାଁ'କେ ଭୂଲିଗଲିନ

  ଦେଖ ଭାଇରେ ବଡ୍ ହେଇ ।।


କେତେ ମଜା କରୁଥିଲୁ ଗୁଟେ ଠାନେ ବସି

  ମିଠା ମିଠା କଥା ଲାଗି

ବଡ୍ ହେଲାଦିନୁ ପେଟର୍ ଲାଗି

 ଆଏଲି ସହର୍'କେ ଭାଗି ।।


ସବେ ଆଜି ଅଲଗା ଅଲଗା ହେଲୁ

   ବୟସର୍ ଡଙ୍ଗାଥି ବସି

ଗାଁ'ଟା ମୋର୍ ପର୍ ହେଇଗଲାନ

  ବାହାର୍ କେ କାମ୍ ଆସି ।।


ସମିଆର୍ ଚକା ଦେଲା ମତେ ଭୁଲେଇ

   ମୋର୍ ଗାଁ'ର୍ ପରବ୍,

ସବୁ ବଦଲି ଗଲାନ ଦିନ୍ 'କେ ଦିନ୍

   ମିତା ମାହାରସାତ୍ ଦରବ୍ ।।


କେତେ ମଜା ଲାଗୁଥିଲା ଆମ୍ ବୁରେଇ

   ଖାଉଥିଲି ସବେ ଚୁରେଇ

ମିଲିମିଶି ସବେ ଯାଉଥିଲୁ ଇସ୍କଲ୍ ପଢି

   ବହି ବସ୍ତାନୀ ହାତେ ଉଲେଇ ।।


ଝରୁଥିଲା ଝର୍ ଝର୍ ଡଙ୍ଗର୍ ଝରଣା

    କୁଇଲି କୁହୁ କୁହୁ ସୁର୍

ବୟସର୍ ଉହୁଲା ପାଏନ୍ ଥି ଉହୁଲି ଗଲା

    ଗାଁ' ଲାଗୁଛେ ମତେ ଦୁର୍ ।।


ବହନୀର୍ ଲାଡଗେଲ,ମାଁ'ହାତର୍ ତୁନ୍

  ନୂଆଁଖାଇ,ପୁଷ୍'ପୁନୀ,ରାକ୍ଷୀ

ସୋର୍ ପଡ୍'ଲେ କାହାକେ କହେମୀ

   ପାଏନ୍ ବାହାରୁଛେ ଆଖି ।।


ବଡ୍ ହେଲାଦିନୁ ସବୁ ହେଇଗଲା ପର୍

   କାମ୍'ବୁତାକେ କରିଛେ ଘର୍

ସକାଲ୍ ସୁରୁଜ୍ ରାଏତ୍'କେ ଅନ୍ଧାର୍ କରିଦେଲା

  ଛୋଟ୍ ବୟସ୍'କେ କରିଛେ ପର୍ 

  ମୋର୍ ଗାଁ' ଲାଗୁଛେ ମତେ ପର୍ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍