STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ମୋନୋରଞ୍ଜନି । କାଶ୍ୟପ

ମୋନୋରଞ୍ଜନି । କାଶ୍ୟପ

1 min
2.5K


ବେଦନା ନା ବିରହ, ତୃଷ୍ଣା ନା ଛାଡ଼ିପାରୁନଥିବା ମୋହ କିଏ ,? ତୁମେ ବିରହଗାଥା (୧)

ହେ --------------------------! ଗ୍ରୀଷ୍ମ ଆକାଶର ଅଦିନି ବିଜୁଳି ସହ ଝଲକୁଥିବା---------- ମେଘ, ଦୂର ଦେଶେ ଥିବା-------! ମୋ ସାହିତ୍ୟ ଆକାଶର ଚନ୍ଦ୍ରମା କୁ ଜଣାଅ ଯାଇ, ମୁଁ ତା ପ୍ରେମରେ ପାଗଳ, ବନେ ଗାଉ ଥିବା କୋଇଲିଟି, ପାହାନ୍ତିଆ କୁହୁଡ଼ି ଟି, ସକାଳୁଆ ଜ୍ୟୋସ୍ତ୍ନଟି , ଗାଈ ଜଗୁଆଳୀ ଟୋକାଟିର ମଧୁର ବଂଶୀ ସ୍ଵରଟି, ମରୁଭୂମିର ଖଜୁରୀ ଗଛର ଛାଇଟି ଅବିରାମ ନାଚି ଚାଲୁଥିବା ଘୁଙ୍ଗୁରୁର ଝଙ୍କାରଟି , ଭିଜି ଭିଯାଇ ନ ପାରୁଥିବା ଚଗଲା ବର୍ଷାର ଛିଟିକାଟି ତା ବିନା ବଞ୍ଚି ପାରିବିନି ।-----(୨)

ଆଜି ମୋ ଅବସ୍ଥା ତା ଲାଗି ଗଛରୁ ଝରି ତଳେ ପଡିଥିବା ମହୁଫେଣା ଭଳି, ପକ୍ଷ ବିହୀନ ଭ୍ରମର ଭଳି, ନିସବ୍ଧ ରାତ୍ରିର ଛାୟା ଭଳି, ପ୍ରେମର ଅବାଁଛିତ କରୁଣା ଭଳି ସ୍ବଚ୍ଛ ଝରଣର କାଚକେନ୍ଦୁ ପାଣି ଭଳି ସତ୍ୟ, ହେଲେ ବି ତା ପ୍ରେମରେ ବାଡ଼ବାଗ୍ଣ୍ଣିରେ ଜଳି ନିଃଶେଷ ହେଇଯାଉଛି , ହେ !--------- ଗ୍ରୀଷ୍ମ ଆକାଶର ଅଦିନ ମେଘ ଜଣାଇଦିଅ ତାକୁ ଏ ମୋ ମେଘସନ୍ଦେଶ, ସେ ହିଁ ମୋ ପ୍ରିୟତମା ମୋନୋରଞ୍ଜନି(୩)

,ରାମ ପ୍ରସାଦ ବିଶୋଇ, ତା-୩୦-୦୪-୧୬ ସମୟ-ସକାଳ-୦୯-୦୬ ମି. । ରାୟଗଡ଼ା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍