ମୋହନ ବଂଶୀ
ମୋହନ ବଂଶୀ
1 min
6.5K
ମୋହନ ବଂଶୀ
ମୋହନ ହେ!
ଭୁଲି ଯିବି କିପରି ମୁଁ
ମୋ ପଛ ପୃଥିବୀ କୁ,
ଭଲ ପାଏ ସଭିଁଙ୍କୁ ମୁଁ
ଯେଉଁମାନେ ପଡ଼ିଛନ୍ତି
ତୁମ ବଂଶୀର ପ୍ରେମରେ।
ସେମାନେ ମୋ ଆପଣାର
ମୋ ପ୍ରେମକୁ କରନ୍ତି ସୁଦୃଢ଼।
ବଂଶୀ ଟିଏ ନୁହେଁ ସେ ତ
ଶୁଦ୍ଧ,ଶୁଭ୍ର ହୀରାଖଣ୍ଡ ଟିଏ
ପ୍ରସାରିତ କରିଅଛି ତୁମ
ଅନୁପମ ସାନ୍ନିଧ୍ୟ ର
ପ୍ରେମ ର ବିଧାନକୁ
କୋଳେଇଛି ସାଗ୍ରହରେ ସଭିଁଙ୍କୁ
ଏକ ନିଶବ୍ଦ ସ୍ତୁତି ର
ଶ୍ରାନ୍ତିହୀନ ସଙ୍ଗୀତ ର ତାଳେ।
।।।ରାଜଲକ୍ଷ୍ମୀ।।।