Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR PRASANTA KUMAR BISWAL

Others

3  

DR PRASANTA KUMAR BISWAL

Others

ମୋବାଇଲ ରୋଗ

ମୋବାଇଲ ରୋଗ

1 min
229


ଭଲା କରୋନା ଅଇଲା

ଜୀବିକା ସାରିଲା ଜୀବନ ନାଶିଲା

ଶିକ୍ଷା ବି ସଙ୍କଟ ହେଲା ।


କିରୋଗ ବ୍ୟାପିଲା ସ୍କୁଲ ବନ୍ଦ କଲା

ପିଲାଙ୍କ ଭାଗ୍ୟ ସାରିଲା,

ପିତାମାତା ଠାରୁ ଶିକ୍ଷାବିତ ଯାଏଁ

ସଭିଙ୍କୁ ଚିନ୍ତା ଘାରିଲା ।


ବୁଦ୍ଧିଜୀବି ଠାରୁ ସରକାର ଯାଏଁ

ବିକଳ୍ପ ଖୋଜା ଚାଲିଲା,

ଘରେ ରହି ପିଲେ ପାଠ ତ ପଢିବେ

ମୋବାଇଲ ମାଧ୍ୟମ ହେଲା ।


ଅନ ଲାଇନରେ ଶିକ୍ଷା ତ ଚାଲିଲା

ଘରେ ଭାଳେଣି ପଡିଲା,

ମୋବାଇଲ ବିନା ପଢା ବି ହୁଏନା

ସାରା ଦୁନିଆ ବୁଝିଲା ।


ପୁଅଝିଅ ଆମ ମୋବାଇଲ ନେବେ

ଦିନେ ଯା ବାରଣ ଥିଲା ,

ଘର ଠୁ ବାହାର ଗଛଠୁ ଟାପୁର

ସବୁଠି ଭ୍ରମଣ ହେଲା ।


ପାଠର ଲୋଭରେ ନେଟର ଆଶାରେ 

ନିରୋଳା ଜାଗା ବାଛିଲେ,

ରାତି ଜାଗିହୋଇ ମୋବାଇଲ ପଢା

ଆଗେ ଯା କରୁନଥିଲେ ।


କାନଫୁଲ ବିକି ଯନ୍ତ୍ରଟି କିଣିଲେ

ପାଠ ପଢି ସୁଖଦେବ,

କେମିତି ପଢୁଛି ଜାଣିବା ପାଇଁକି

ବାହାରିଲେ "କାମଦେବ"।


ନେଟର ଜାଗାରେ ପହଞ୍ଚି ଦେଖିଲେ

ଯାହା ନ ଦେଖିବା କଥା,

ମଥା ତ ଘୁରିଲା ବି.ପି.ତ ବଢିଲା

ମାରିଲା ଶକତ ମୁଥା ।


ନିରୋଳା ଜାଗାଟା ଗହଳି ହୋଇଲା

ପରିସ୍ଥିତି ଅସମ୍ଭାଳ,

ପୁଅଝିଅ ମିଶି ବହେ ଦେଲେ କସି

"କାମ" ଧାଇଁଲା ବିକଳ ।


ଟିକା ତ ଆସିଲା କରୋନା କମିଲା

ହେଲା ମୋବାଇଲ ରୋଗ,

ଏ ରୋଗ ଲାଗିଲେ କମିବାର ନାହିଁ

ଲାଗୁଛି ବିପତ୍ତି ଆଗ ।


 ଏ କି କଳିକାଳ ହେଲା 

ମୋବାଇଲ କିମିଆ ଏ ସାରା ଦୁନିଆ

ସେ ଯନ୍ତ୍ର ପାଗଳ କଲା।

==========


Rate this content
Log in