ମୋ ରେଡ଼ିଓ ଓ ମୁଁ
ମୋ ରେଡ଼ିଓ ଓ ମୁଁ
ସେଦିନ ଥିଲା !!
ଯେଉଁ ଦିନ
ବିନା ରେଡ଼ିଓ ଶୁଣାରେ
ଆଖିକୁ ନିଦ ଆସୁନଥିଲା।
ନିଜର ବି ରେଡ଼ିଓ ନଥିଲା---
ପାଖ ଘର ଭାଇଙ୍କର ରେଡ଼ିଓରୁ
ଆମ ଘର କାନ୍ଥ ଡେଇଁ
ସ୍ୱର ସବୁ ଭାସି ଆସୁଥିଲା।
ବାସ୍ ସ୍ୱପ୍ନ ଦେଖିବାକୁ
ଥିଲା ସେ ଯଥେଷ୍ଟ
ସ୍ଵପ୍ନ ରାଇଜରେ ରାତିସାରା
ଘୁରି ବୁଲି ସକାଳର ରେଡ଼ିଓ
ଖୋଲିବାର ପୂର୍ବ ସିଟି ଫେରାଇ ଆଣୁଥୁଲା ଦୁନିଆର ବାସ୍ତବ ।
ସକାଳର ପ୍ରୋଗ୍ରାମ ଶୁଣିବାକୁ
କାନ ଦୁଇଟିର ଅଦମ୍ୟ ଉତ୍ସାହ
ପାଠ କମ୍ ମନେରହେ!
ହେଲେ ଆଜି କେତେବେଳେ
ନାଟକ କେତେବେଳେ ଗୀତିନାଟ୍ୟ କେତେବେଳେ ଚମ୍ପୁ ଛାନ୍ଦ ଆଉ କେତେବେଳେ ପାଲା
ଏ ସବୁ କମ୍ପ୍ୟୁଟର ଭଳି ଫିଡିଙ୍ଗ୍
ହୋଇରହେ ।
ହସ ଖୁସି ଭରା ସେ ହିଛୋଟିଆ ମୁଣ୍ଡରେ
ରାତିରେ ନାଟକ ଗୀତିନାଟ୍ୟପାଲା ଦାସକାଠିଆ
ହେଲା ପୂର୍ବରୁ ଭାଇ ରେଡ଼ିଓଟିକୁ
ତାଙ୍କ ଘରର ଚାରିକାନ୍ଥ ଭିତରୁ
କାଢ଼ିଆଣି ରଖିଥାନ୍ତି
ଦାଣ୍ଡ ପିଣ୍ଡାରେ
ସର୍ବସମ୍ମୁଖରେ।
ବାସ୍ ସମସ୍ତଙ୍କ ପିଣ୍ଡାରେ ଭିଡ
ସାଇରେ ବିରାଜମାନ କରେ
ଅଖଣ୍ଡ ନିରବତା... ମଝିରେ ମଝିରେ ଶୁଭେ
ମତାମତ ଝଡ।
ତାପରେ...
ଦୁଇ ଆଖି ବୁଜି ଦେଲା କ୍ଷଣି
ନିଦ୍ରା ଦେବି ନେଇଯାନ୍ତି
କୋଳକୁ ତାଙ୍କର
ସେ ଯେ ସ୍ନେହସିକ୍ତା
ନିଜକୁ ଆବିଷ୍କାର କରେ ମୁଖ୍ୟ ନାରୀ ଚରିତ୍ରରେ ...
ସେ ହେଉ ରାଣୀ ଅବା ରାଜଜେମା
ଅବା କାହାର ମାନସୀ ନାୟିକା।
ପ୍ରଭାତ ର ସୁନେଲି କିରଣ
ସ୍ଵପ୍ନ ଭାଙ୍ଗି ଦିଏ...
ହେଲେ ଭରିଦିଏ ନୂତନ ଏକ ଆଶା
ପୁଣି ନୂତନ ଚରିତ୍ର
ନୂତନ ପରିପାଟୀ
ନୂତନ ପରିଭାଷା।
ପୃଥିବୀ ସାରାର ଖବର
ସେ ଭାଇଙ୍କ ପାଖରେ।
ଦାଣ୍ଡ ପିଣ୍ଡାରେ ଦାନ୍ତ ଘଷୁ ଘଷୁ
ବାଣ୍ଟି ଦ୍ୟନ୍ତି ଦୁଃଖ ଆଉ ସୁଖର
ସନ୍ଦେସ ସାରା ଗାଆଁଟାରେ।
ସେତେବେଳେ ମୁଁ ଭାବେ...
ଚାକିରି କଲେ ଆଉ କିଛି
କରେ କି ନ କରେ
କିଣିବି ତ ନିଶ୍ଚେ ରେଡ଼ିଓଟେ ।
ସ୍ଵପ୍ନ ମୋର ସତ ବି ହୋଇଲା।
ସ୍ଵାମୀଙ୍କର ପ୍ରଥମ ଉପହାର
ରେଡ଼ିଓ ହିଁ ଥିଲା।
ମନ ଭରି ଉପଭୋଗ କଲି
ସେବେ
ସମୟ ବି ଥିଲା।
ତାପରେ ହେଲା ଏ କଣ ?
ଟି.ଭି.ସବୁ ଘରେ ଆସି କାନ୍ଥରେ ଝୁଲିଲେ!!
ସାନ ଠୁ ବଡ଼ କ୍ରମେ ସବୁ ଘର
ମାଡ଼ି ସେ ବସିଲେ।
ସମସ୍ତଙ୍କ ହାତେ କିନ୍ତୁ ମୋବାଇଲ
ସବୁ ଲୁଟି ନେଲା...
ସମସ୍ତେ ନିରବ ଆଉ
ସମସ୍ତଙ୍କ ମୁଣ୍ଡ ବି ତଳକୁ
ସ୍ଵପ୍ନ କାହିଁ ନିଦ୍ରା ଲୁପ୍ତ ହେଲା।
ସ୍ମୃତି ସବୁ ଲୋପ ହୋଇ
ସମ୍ପର୍କରେ ଦୂରତା ବଢିଲା---
ହେଲେ ମୋ ନାତୁଣୀର
ଦୃଷ୍ଟି ଆଜି ମୋ ରେଡ଼ିଓରେ ଗଲା
ପୋଛା ପୋଛି କରି ତାକୁ
ଚାହିଁ ମୁଁ ରହିଲି
ସିଏ ବି ହସିଲା।
ଯେତେ ସ୍ମୃତି ତା ପାଖରେ ଅଛି
ଆଉ ଥରେ ପତ୍ର କଅଁଳିଲା
ଜୀବନଟା ଆଉଥରେ
ଜୀବନ୍ୟାସ ନେଲା।
