ମୋ ରାଇଜ
ମୋ ରାଇଜ
ଏଇ ମୋ ରାଇଜ ଏଇ ମୋ ମାଟି
ସମସ୍ତଙ୍କ ହୃଦୟକୁ ଯାଏ ସେ ଛୁଇଁ
ଥରେ ଯିଏ ଆସିବ ମୋ ଉତ୍କଳ ଭୂଇଁ
ଗଲା ବେଳେ କାନ୍ଦିବ ସେ କଇଁକଇଁ ।
ଏତେ ଯେ ସୌନ୍ଦର୍ଯ୍ୟ ରହିଛି ଭରି
କି ମୁହେଁ କହିବି ମୁଁ ଯେ ରହି
ପ୍ରକୃତି ତାର ଅବର୍ଣ୍ଣନୀୟ
ସେଥିପାଇଁ ସଦା ସେ ବନ୍ଦନୀୟ ।
ପବନ ଯେବେ ବହେ ତାର
ଶୀତଳ ହୁଏ ସଭିଙ୍କ ତନମନ
ଏଇ ମାଟିରେ ଆମ ଫଳେ ସୁନା
ପେଟରେ ଦେବାକୁ ଦିଏନା ଅଦା କନା ।
ବୁଝେ ଯିଏ ମହତ୍ତ୍ଵ ତାର
ହୁଏ ନା କେବେ ସେ କଲବଲ
ଏ ପ୍ରଦେଶ ପାଣି ଅମୃତ ଝରା
ପିଇବ ଯେବେ ଦେଖିବ ତରା ।
ମଧୁ ଠୁ ବି ମିଠା ସେ
ମମତା ରେ ଭରା ସେ
ଆନନ୍ଦ ଦାୟିନୀ ସାହସ ପ୍ରଦାୟିନୀ
ଉଚ୍ଚ ରୁ ବି ଉଚ୍ଚ ସେ ମୋ ଓଡିଶା ଭୂଇଁ ।
ସବୁଜିମା ଘେରା କ୍ଷେତ ପାହାଡ
ଅଛି ଯେ କେତେ ରୂପ ତାହାର
ନଈ ଯାଏ ବୋହି ଦେହରେ ତାର
କରି କେତେ କୁଳୁକୁଳୁ ନାଦ ।
ଝରଣା ଝରେ ତା ପାଦରୁ
ଝରେଇ ନୀର ଝରଝର
କୋଇଲି ଡାକେ ତା ଗଛ ଡାଳେ
ଗାଇ ମନ ଛୁଆଁ ଗୀତ ।
ବାନ୍ଧି ରଖେ ତା ସନ୍ତାନକୁ
ଧରି ପ୍ରୀତିର ଡୋର
ଖେଳି ଯାଏ ସଭିଙ୍କ ପ୍ରଶ୍ୱାସରେ
ହୋଇ କସ୍ତୁରୀ ମୃଗର ମହକ ।
ବୀରପୁତ୍ର ଧାରିଣୀ ରକ୍ଷା କାରିଣୀ
ଏଇ ମୋ ରାଇଜ ଏଇ ମୋ ଭୂଇଁ
ଶାନ୍ତିର ସାଗର ହସର ଢେଉ
ରହିବ ଯିଏ ଏଠି ପାଇବ ସେହୁ ।
ସତରେ କହୁଛି ହୃଦୟରୁ ମୋର
ଅତି ସୁନ୍ଦର ରାଇଜ ଆମର ।
