ମୋ ପୁତୁଲୁ ମା
ମୋ ପୁତୁଲୁ ମା
କୁନି ମା' ଟା ମୋ, ନା ତା ପୁତୁଲୁ
ସ୍ନେହ ରେ ସଭିଏଁ ଡାକୁ
ଲେଖା ଆରମ୍ଭରୁ ପ୍ରଭୁଙ୍କୁ ମିନତୀ
ସଦା ସୁଖୀ ରଖ ତାକୁ
ତା କୁନି ପାଦ ରେ ଜୀବନେ ଆସିଛି
କେତେ ହସ କେତେ ହର୍ଷ
ତା ମୁହଁ ଚାହିଁକି କଟିଯାଉ ଦିନ
କଟି କଟି ଯାଉ ବର୍ଷ
ତୁ ଆସିଛୁ ଆମ ଜୀବନରେ ଧନ
ଧନ୍ୟ ହେଲୁ ବାବା ମାଆ
ସାଥେ ରହିବୁ ତୋରୋ ପ୍ରତି ମୁହୂର୍ତ୍ତରେ
ହେଉ କେତେ ଝଡ ବାଆ
ତୋର ଚାହାଣି ରେ କେତେ ଯେ ସ୍ନେହ
ଆମ ପାଇଁ ଦେଖାଯାଏ
ତୋର କୀର୍ତି ଆଉ ଗେଲଖେଳ ସବୁ
କାଗଯେ ନ ଲେଖାଯାଏ
ଦିନ ସରିଯାଏ ରାତି ପାହିଯାଏ
ତୋ ପଛରେ ବୁଲିବୁଲି
କେତେବେଳେ ଟିକେ ଶାନ୍ତରେ ବସୁ ନା
ସବୁବେଳେ ଚୁଲବୁଲି
ଦେଖୁ ଦେଖୁ ତତେ ବରଷେ ପୁରିଲା
ମନ ମୋର ପୁରୁ ନାହିଁ
ବଡ ହୋଇ ଯେବେ ବ୍ୟସ୍ତ ହେବୁ ତୁହି
ଜଗିଥିବି ବାଟ ଚାହିଁ
ସବୁ ଖେଳ ତୋର ଅସଜଡ଼ା ଘର ମୋର
ତଥାପି କେତେ ଆନନ୍ଦ
ତୁ ବଡ ହୋଇଲେ ସଜଡା ଘରେ ବି
କରୁଥିବି ତୋ ପ୍ରମାଦ
କିଛି ପଦ ମୋର
ତୋ ପାଇଁ ମନରୁ ଏହି ମଧ୍ୟରେ ଲେଖୁଛି
କିଛି ସ୍ବପ୍ନ କିଛି ଆଶା ମୋ ମନରେ
ତୋ ପାଇଁ ଦେଖୀରଖିଚି
ଧନ ପରିବର୍ତେ ଜ୍ଞାନକୁ ଅଧୀକ
ଦେବୁ ଜୀବନେ ମହତ୍ୱ
ଧନ ସରିଯିବ ହେଲେ ମନେ ରଖ
ଜ୍ଞାନ ବୁଝାଇବ ଜୀବନତତ୍ୱ
ଥିରି ଥିରି କରି ଯେମିତି ଚଢ଼ୁଚୁ
ଏବେ ଏ ଘର ପାଉଚ
ସେହି ଗତି ରଖି ସଫଳ ଦିଗରେ
ଚଢ଼ିବୁ ଶୀର୍ଷ ଯେ ଉଚ୍ଚ
ଶାନ୍ତ ରଖିବୁ ସ୍ୱଭାବ ନିଜର
ତୋ ବାବାଙ୍କ ଶ୍ରେଷ୍ଠ ଗୁଣ
ଉଗ୍ର ହୋଇ ଯେବେ ଲକ୍ଷ୍ୟକୁ ଜିତିବୁ
ଶୁଝିଦେବୁ ମାଆ ଋଣ
ତୋ ଚଲାପଥରେ କଣ୍ଟା ଥିଲେ ମଧ୍ୟ
ପଛକୁ ଫେରିବୁ ନାହିଁ
ପାଦକୁ ତୋହର ସୁଦୃଢ କରିବୁ
ଲକ୍ଷ୍ୟକୁ ରହିବୁ ଚାହିଁ
ଯଦି ମନେ ତୋର ଭୟ ଆସେ କେବେ
ମନେ ପକାଇବୁ ମତେ
ବାବାଙ୍କ ଜୀବନୀ ଜାଣିବୁ ଯେ ଦିନ
ନିଡର ହୋଇବୁ ସତେ
ତୋ ଖୁସି ଆମର ଶ୍ରେଷ୍ଠ ଇଛା ଅଟେ
ତୋ ଯଶ ଆମର ଆଶା
ପ୍ରଭୁ ତୋ ସାଥିରେ ସର୍ବଦା ରୁହନ୍ତୁ
ପୁର୍ଣ୍ଣ ହଉ ତୋର ସବୁ ଅଭିଲାଷା
ଆମେ ଗଲାପରେ ଏକା ମନେ କରି
କାଂଦିବୁନି କେବେ ତୁହି
ଶରୀରରେ ସିନା ପାଇବୁନି ସାଥେ
ଆତ୍ମାରେ ଥିବୁ ଯେ ରହି ।
