STORYMIRROR

Bikhyat Bihari Mishra

Others

3  

Bikhyat Bihari Mishra

Others

ମୋ ପ୍ରିୟ ଗାୟକ

ମୋ ପ୍ରିୟ ଗାୟକ

1 min
13.3K


ଏଇ କବିତା ଟି ମୁ ମୋ ପ୍ରିୟ ଗାୟକଙ୍କ ସ୍ମୃତିରେ ଲେଖିଛି ଝଙ୍କାରର ସବୁ ଗୀତ ମତେ ଭଲ ଲାଗେ ଯଦିଓ ସବୁ ଏଇ କବିତାରେ ଲେଖିବା ସମ୍ଭବ ନୁହେଁ...କିଛି ଗୀତ ନାମ ବି ଅଛି...ଦୟାକରି ପଢି କୁହନ୍ତୁ କିଏ ସେଇ ଗାୟକ??

-----------------------------------------

ସୁନ୍ଦରୀ ଝିଅଙ୍କୁ ଦେଖିଲେ ତୁମକୁ

ଲାଗୁଥିଲା ଦିନେ ଶୋଷ

ପ୍ରେମିକ ହେବାକୁ ମନ ଥିଲା ହେଲେ

ରହିଗଲା ଅବଶୋଶ...

ସ୍ମୃତି ଫଗୁଣ ବା ସ୍ୱପ୍ନର ସାଗର

ସବୁତ ଅନ୍ତର କଥା

ସଂଗୀତ ଜଗତ ରହିଲା ଅଧୁରା

ଦେଇଗଲ ଯେଉଁ ବ୍ୟଥା...

ବନଲତା କୋଳେ ପୁଣ୍ୟ ନଦୀ ତୀରେ

ଅବା କେବେ ତରୁଡାଳେ

କେବେ ଘରଣୀ ର ଝାଡୁ ପାହାର ବି

ତୁମରିସୁର ର ତାଳେ...

କେବେ ଚିଠି ଥିଲା ଗୋଲାପି ଗୋଲାପି

କେବେସେ ଟିକି ଚଢେଇ

ବଗିଚାରେ ତୁମେ ଘରଟେ ସରାଗେ

ତୋଳିଲ ପ୍ରେମରେ ଯାଇ...

କେବେ ମମତା ର ଫୁଲ ଉପହାର

ଦେଇଥିଲ ତୁମ କଂଠେ

ମନକୁ ଭୁଲାଇ ରଖିଲ ସଜାଇ

ଚାଲିଗଲ କେଉଁ ବାଟେ??

ପ୍ରିୟାପାଇଁ ତୁମେ ଏକଇ ମନ୍ଦିରେ

ଯାହା ଜାଳିଦେଲ ଦୀପ

ଖାଣ୍ଟି କଟକିଆ ଗନ୍ଧ ଆସୁଥିଲା

ଗୀତ ଥିଲା ପ୍ରେମ ଗପ...

ହାରିବା ତୁମର ଜାତକେ ନଥିଲା

କେମିତିଯେ ହାରିଗଲ

କିଏସେ ପ୍ରିୟାକୁ ପଚାରିବ ଆଉ

ପ୍ରିୟାମୋର ଏକି କଲ??

ହିପିହିପି ହୁରେ କହି ଆନନ୍ଦରେ

ଗାଡିଚକା ଗଡାଇଲ

ମିତାଦାସ ଅବା ଚମ୍ପା ଚୁମୁକିକୁ

କେତେ ଭଲ ପାଉଥିଲ...

ନଉକାଗୀତ ରେ ମହାନଦୀ କୂଳ

ଜାଗାସବୁ ଦେଲ ଗାଇ

ଆଖିକୁ ସପନ ଫୁଲ କୁ ଚନ୍ଦନ

କୁଆଡେ ଦେଲ ହଜାଇ??

କେବେଥିଲ ତୁମେ ଦଣ୍ଡା ବାଳୁଙ୍ଗା ତ

କେବେ ଉଡାଇଲ ଗୁଡ଼ି

କଳିକାଳ ରୀତି କହିଦେଲ ବୋଲି

ଡରିଗଲେ ରଣଚଣ୍ଡୀ...

କେବେ ରେଳଗାଡି କେବେ ବୁଢା ବୁଢ଼ୀ

କେବେ ମନ କଲ ଚୋରି

କୁଆଡେ ଗଲଯେ କହୁଥିଲ ପରା

ମିଳିଛି ମନ ମୟୂରୀ...

ବୟସର ସେଇ କୃଷ୍ଣଚୁଡା ଆଜି

ରଙ୍ଗଟା ପଡିଛି ଫିକା

ନିଶି ବିଜନ ରେ ପ୍ରିୟା କଥା ବସି

ଭାବୁଥିଲ ତୁମେ ଏକା...

ନଦୀର ନାମ ଟି ଦେଇଥିଲ ତୁମେ

ସୁନ୍ଦରୀ ଅଳସି କନ୍ୟା

ଅଛିସେଇ ନଦୀ ତୁମେ ନାହଁ ବୋଲି

ଆସୁନି ଯୌବନ ବନ୍ୟା...

ଜାତକ ଟା ଯଦି ରାଜଯୋଟକ ରେ

ମିଳାଇ ପାରିଲ ସୁରେ

ଝୁରୁଛି ତୁମର ଗନ୍ଧିଆ ବୋଉଟା

କବାଟ ଖୋଲି ରାତିରେ...

କେବେ ଭଡାଟିଆ ରଖି ହେଉଥିଲ

ତୁମେ କେତେ ହଇରାଣ

ପ୍ରେମ ଲୁଙ୍ଗୁପୁଙ୍ଗୁ ଧାନ ଟାଇଚୁନ

ସବୁତ ତୁମରି ଜାଣ...

ସାହା ଯିଏ କେବେ ପାଉ ତ ନଥିଲା

ତୁମେ ଦେଖାଇଲ ରାହା

ସେଥିପାଇଁ ଆଜି ତୁମ ପାଇଁ ସବୁ

କଣ୍ଠ ରୁ ବାହାରେ ଆହା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍