STORYMIRROR

Padmalaya Mishra

Others

2  

Padmalaya Mishra

Others

ମୋ ପାଇଁ ସମାନ ଦିବସ-ରଜନୀ

ମୋ ପାଇଁ ସମାନ ଦିବସ-ରଜନୀ

1 min
13.2K


ମୋ ପାଇଁ ସମାନ ଦିବସ-ରଜନୀ

ଭଲ-ମନ୍ଦ ସୁଖ-ଦୁଃଖ

ଯେମିତି ସମାନ ତୋ ନୟନେ ଜଗା

ଧନୀ ଗରିବର ଭୋକ ।

ସୁନା ଥାଳିରେ କରେ କିଏ ଭୋଜନ

କା ଭାଗ୍ୟେ ଲେଖା ଉପାସ

ମଣିଷ ଜନମ ଲଭି ବି ସଭିଏଁ

ଭାଗ୍ୟର ଅଟନ୍ତି ଦାସ ।

ଚକାନୟନରେ କଅଣ ଦେଖୁଛୁ

ଦେଖୁ ନାହୁଁ କାହା ଦୁଃଖ

ଶୀତରେ ଥରୁଛି ବୁଢ଼ା ଭିକାରୀଟା

ରତ୍ନ ଖଟେ ତୋର ସୁଖ ।

ଷାଠିଏ ପଉଟି ନିଇତି ପାଉଛୁ

କିଏ ରହେ ଖାଲି ପେଟ

ରଚୟିତା ସାଜି ହରଷେ ଦେଖୁଛୁ

ଲଗାଇଥିବା ସେ ନାଟ ।


Rate this content
Log in