ମୋ ଓଡ଼ିଶା
ମୋ ଓଡ଼ିଶା
ସୁନ୍ଦର ମୋ ଓଡିଶା ମାଟି
ସୁନ୍ଦର ମୋ ମାତୃଭାଷା।।
ସୁନ୍ଦର ଲାଗେ ମୋ ଗାଆଁ ସୁନ୍ଦର
ମୋ ପରିବେଶ ସୁନ୍ଦର ମୋ ଓଡ଼ିଆ ଭାଷା।।
ସବୁଠୁ ସୁନ୍ଦର ମୋ ଗାଆଁର ମାଟି
ଯେଉଁ ମାଟିରେ ମୁଁ ଜନମ ହେଲି।।
ସେଇ ମା ମାଟି କୋଳରେ ବଡ଼ ମୁ ହୋଇଛି ଖେଳି ବୁଲି।।
ବାର ମାସ ରେ ତେର ପରବ
ଖୁସିରେ ମାତନ୍ତି ଓଡ଼ିଆ ପୁଅ।।
ସେଇ ମାଟି ରେ ଜନମ ହୋଇଛନ୍ତି
କେତେ ବିର ପୁଅ।।
ସେଇ ମାଟି ରେ ଜନମ ହୋଇଛନ୍ତି
କେତେ ବିର ପୁଅ।।
ଛାତିକୁ ପଥର କରି କେତେ ଗୁଳି ଖାଏ
ଶତ୍ରୁଠୁ ରକ୍ଷା କରିବା ପାଇଁ
ଏମିତି ମାଟିର ବିର ସେହି।।
ଧନ୍ୟ ହୋଇ ଯାଏ ଏଇ ପବିତ୍ର
ଓଡିଶା ଭୂଇଁ, ଯାହା କୋଳରେ ଏମିତି
ବିର ଜନମେ ହୋଇ ନ ଥିବେ ଆଉ କେହି।।
ଓଡ଼ିଶାର ପୁରୀ ସହର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର।।
ନୀଳାଚଳ ଧାମ ନାମରେ ସେହି ହୋଇଛି ପ୍ରସିଦ୍ଧ, ସାଙ୍ଗେ ରେ କୋଣାର୍କ ସୂର୍ଯ୍ୟ ମନ୍ଦିର।।
ବିଶ୍ୱ ପ୍ରସିଦ୍ଧ ସେଇ ରଥଯାତ୍ରା
ସାରା ଓଡ଼ିଆବାସୀଙ୍କ ଗୌରବ ।।
ସବୁ ଭୁଲି ଯାଉ ଥରେ ଦେଖି ଦେଲେ ସେଇ ବଡ଼ ଦେଉଳ ସେଇ ଓଡ଼ିଆ ପର୍ବ।।
ମୋ ଓଡିଶା ଭାରି ବଢ଼ିଆ
ସବୁଜ ସରସ ଭରି ରହିଛି,
ରୂପ ରୂପ ପରି ପ୍ରକୃତି ତୋରାଣି ସାଜିଛି।।
ଚିଲିକା ବୁକୁରେ ସମୁଦ୍ର ଗର୍ଭରେ
ଢେଉ ଖେଳେ ତରଙ୍ଗ ସାଜି।।
ଭକ୍ତଙ୍କୁ ଦେଖିବା ପାଇଁ ମା କାଳିଜାଇ
ସମୁଦ୍ର ଗଭୀର ମଧ୍ୟରେ ପର୍ବତ ଶିଖେ
ରହିଛନ୍ତି ଦେବୀ ସାଜି।।
ଦଳ ଦଳ କେତେ ପକ୍ଷୀ ପ୍ରଜାତି
ଦେଖୀ ବାକୁ ମନ ଯାଏ ମାତି।।
ନୌକା ରେ ନାଉରି ଜେବେ ବାହି ନିଏ
ତରଙ୍ଗ ସାଜେ ଜଳ ଢେଉ ଢେଉ ।।
ବତାସ ପବନେ ମନ ଉଙ୍କି ମାରେ
ଦେଖି କେତେ ସୁନ୍ଦର ଚିଲିକାକୁ।।
ଦେଶ ବିଦେଶରୁ ବୁଲି କେତେ ଯେ ଜନଜାତି
ଆସନ୍ତି ।।
ଦେଖି ମୋ ଓଡିଶାର ମାଟିକୁ
ଉଲ୍ଲାସ ମନ ହୋଇ ଯାଏ ଶାନ୍ତି।।
ସେଇ ମୋ ଓଡ଼ିଆ ଗୀତ ଛୋଟ ମୋର ଗାଆଁଟି।।
ମନେ ପଡିଗଲେ ମନ ହୁଏ ଝୁରି ସେମିତି ଏକ ନାଆଁ ଟି।।
କେତେ ସୁନ୍ଦର ଏଇ ଗଢ଼ା ମୋ ପରିବେଶ
ଲାଗୁଛି ଯେମିତି ସବୁ ମୋର ପରିଚୟ।
ରହି ଥିବ ସବୁ ଦିନ ହୋଇ ଇତିହାସ ଆମର ଓଡ଼ିଶାର ପରିଚୟ।।
ସୁନ୍ଦର କୋଇଲି ର କୁହୁ କୁହୁ ଶବ୍ଦ
ଶୁଣି ମନ ଖୁସି ହୁଏ ସେଇ ମଧୁର ତା ସ୍ୱର।।
ଘୋର ଅରଣ୍ୟ ମଧ୍ୟରେ ସେହି
କେତେ ଯିବ ଜନ୍ତୁ ସବୁ ବାସ କରନ୍ତି।।
ଫଳ ମୂଳ,ଗଛ ଲତା ଭାରି ସୁନ୍ଦର
ଅନ୍ୟକୁ ବଞ୍ଚାଇବା ପାଇଁ ନିଜେ ବଞ୍ଚନ୍ତି।।
କେତେ ସୁନ୍ଦର ମୋ ଓଡିଶା ମାଟି
ଏଇ ମାଟିରେ ଫଳେ ସୁନା ଫସଲ।।
ଚାଷୀ ହୋଇ ଚାଷ କରେ ମୋର ଚାଷୀ, ସୁନା ରୁପା ପରି ଧାନ ହୁଏ ଫସଲ।।
ମାଟିର ମଣିଷ ମାଟିରେ ମିଶିବ
ଦିନ କେଇଟା ଗଲେ ବିତି।।
ସପନ ଦେଖିବାକୁ କେତେ ମିଳିଯାଏ ରାତି।।
ଆଜିର ଜୀବନ କାଲି ନ ଥିବ
ମିଳିମିଶି ରହିବା ଆସ ମୋ ଓଡିଶା ବସି।।
ସୁନ୍ଦର ମୋ ଓଡ଼ିଆ ଭାଷା,
ସୁନ୍ଦର ଲେଖା ସେଇ ପୁରାଣ ପୋଥି ପଢି ଦେକେ ଥରେ ମନ ହୋଇ ଯିବ ଖୁସି।।