ମୋ ଓଡ଼ିଶା (ଭାଗ-୧୭)
ମୋ ଓଡ଼ିଶା (ଭାଗ-୧୭)
ଓଡିଶା ଓଡିଶା ମାଆ ମୋର ଓଡିଶା
ଜନମରୁ ଜୁଇ ଯାଏ ସାହା ଭରଷା ।
ଯା'ର ପାଣି ପବନରେ ଫୁଲ ବରଷା
ଯା'ର ମାଟି ମଟାଳରେ ସୁନା ପରଷା,
ଯା'ର ବେଶଭୁଷା ଯା'ର ଶାସ୍ତ୍ରୀୟ ଭାଷା
ବାରମାସେ ତେର ପର୍ବ ମନ ହରଷା,
ଯା'ର ଇତିହାସ ବୀର ରକତେ ଲେଖା
ଯା'ର ବିଲ ବଣ ସ୍ନେହ ଶରଧା ମଖା,
ଚିକିମିକି ଆଲୁଅରେ ଭୂଗୋଳ ହସେ
ଅନ୍ଧାରରେ ବୁକୁତଳ ନିଆରା ଦିଶେ ,
ଯା'ର ତାଳ ତମାଳର ମଧୁ ମହକ
ଫଗୁଣ କାନରେ କହେ ଫୁଲର ଗପ,
ନୀଳ ନଈ ପୋଖରୀରେ ପହଁରେ ଜହ୍ନ
ଢଳଢଳ କଇଁ ଫୁଲ କମଳ ବନ ।
ଭାଇଚାରା ଭାବନାବ ସାହି ପଡିଶା
କଅଁଳ ସକାଳ ଓଠେ ହଜାରେ ଆଶା ।
ସାହସ ପସରା ଭରେ ଅସରା ସ୍ନେହ
ମମତାର ପାରାବାର ସେ ମାୟା ମୋହ ।
ସପନ ଦେଖାଏ ମୋତେ ଦେଖାଏ ଦିଶା
ଓଡିଶା ଓଡିଶା ମାଆ ମୋର ଓଡିଶା ।
