Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Children Stories

4  

DILIP KUMAR SAHOO

Children Stories

ମୋ ଓଡ଼ିଶା (ଭାଗ-୧୧)

ମୋ ଓଡ଼ିଶା (ଭାଗ-୧୧)

1 min
250



ଭାରି ସୁଆଦିଆ ଆମ ପିଠା କାକରା

ଚକୁଳି ,ଏଣ୍ଡୁରି ,ମଣ୍ଡା, ନଡିଆ କୋରା ।

ଖୁଆପେଡା ରାଶିଲଡୁ ଲବଙ୍ଗଲତା

ପୋଡପିଠା ଛେନାପୋଡ ଆରିସା ପିଠା ।

ରସଗୋଲା ଆମର ସେ ଏକା ଆମର

ମାଆଙ୍କୁ ତୋଷ କରନ୍ତି ଦେଇ ଠାକୁର ।

ଅମାଲୁ ଦମାଲୁ ଆମ ଗୋଲାପଜାମୁ

ସୁଆଦିଆ ଗଜା ଖଜା ଜଲିପି ଲଡୁ ।

ମୁଆଁପିଠା ଚିନିମୁଆଁ ଛୁଞ୍ଚିପତର

କ୍ଷୀରପୁଳି ମାଲପୁଆ କ୍ଷୀର ସାଗର ।

ବିରିବରା ଦହିବରା ଦହି ପାଚେଡି

ଶାଗମୁଗ ରାଜଭୋଗ କ୍ଷୀରି ଖେଚେଡି ।

ହବିଷ ଡାଲମା ଆମ ଆମ୍ବୁଲ ରାଇ

ମହକରେ ଲାଳ ଆସେ ପାଟିରୁ ବୋହି ।

ଛେନାଝିଲ୍ଲି ଛେନାକ୍ଷୀରି ଛେନା ତରକାରୀ

ମାଛ ମା°ସ ହେବନାହିଁ ତା' ସାଥେ ସରି ।

ଆମ ଆଈ ମାଆ ମାଇଁ ଯାହା ରାନ୍ଧନ୍ତି

ତା ଠାରୁ ସୁଆଦ ଆଉ କେହି ନୁହନ୍ତି ।

ପାଟିରୁ ଛାଡେନି ଆମ ପଖାଳ କ°ସା

ଓଡିଶା ଓଡିଶା ମାଆ ମୋର ଓଡିଶା।


Rate this content
Log in