"ମୋ ଓଡ଼ିଆ ସାହିତ୍ୟ"
"ମୋ ଓଡ଼ିଆ ସାହିତ୍ୟ"
ସାରଳା ଦାସଙ୍କ ମହାଭାରତ ରଚନା
ଓଡ଼ିଆ ଭାଷାର ଦିଏ ପୂର୍ଣ୍ଣ ବିକାଶ ସୂଚନା ।
ଜଗନ୍ନାଥ ଦାସଙ୍କ ରଚିତ ଭାଗବତ
କରାଏ ସଭିଙ୍କ ଦିଗ ଦର୍ଶନ ।
ବଳରାମ ଦାସଙ୍କ ଜଗମୋହନ ରାମାୟଣ
ଅମୃତ ଗଙ୍ଗା ଝରାଏ ମହା ପ୍ରଭୁଙ୍କର ।
ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ କବିତା
ମହି ନିଏ ଲୋକଙ୍କ ହୃଦୟ ପରା ।
ମଧୁସୂଦନ ଓ ଫକୀର ମୋହନଙ୍କ ରଚନା
ଗଢ଼ି ଦିଏ ମଣିଷ କୁ ଦେଇ ଚେତନା ।
ଅନ୍ୟ ର ଭାବ ବିଚାର ଚିନ୍ତା ଧାରା
ବୁଝିହୁଏ ମାତୃ ଭାଷାର ନେଇ ଆସରା ।
ଧ୍ଵନି ଓ ଶବ୍ଦ ଭାଷାର ବାହ୍ୟ ସ୍ତର
ବର୍ଣ୍ଣ ଦିଏ ତାକୁ ସାଙ୍କେତିକ ରୂପ ।
ଅର୍ଥ ଯେ ତାର ଅନ୍ତର୍ନିହିତ ସ୍ତର
ବୁଝିପାରେ ତାକୁ ସବୁ କଳାକାର ।
ଓଡ଼ିଆ ଲିପି ଦେଖିବାକୁ ଗୋଲାକାର
ଯାହା ତାକୁ ଦିଏ ଭିନ୍ନ ଏକ ପରିଚୟ ।
ସ୍ୱର ବ୍ୟଞ୍ଜନ ମାତ୍ରା ଫଳା
ଲାଗିଥାଏ ସବୁ ଓଡ଼ିଆ ଅକ୍ଷରେ ପରା ।
ଲିଙ୍ଗ ବଚନ ଓ ପୁରୁଷ
ଦିଏ ସ୍ତ୍ରୀପୁରୁଷ ଓ ପରିମାଣର ହିସାବ ।
ମୋ ଓଡ଼ିଆ ସାହିତ୍ୟ ଓଡ଼ିଶାରେ ଭାରି ପ୍ରସିଦ୍ଧ
ଯା ' ପାଇଁ ହୋଇଅଛୁ ଓଡ଼ିଆ ବାସୀ ଗର୍ବିତ ।
ପଦ ପଦ ଯୋଡ଼ି ହୋଇ ହୁଏ କେତେ ବିସ୍ତାରିତ
ସେ ବାକ୍ୟ ରୁ ଆମେ ବୁଝୁ ଆମ ଉଦ୍ଦେଶ୍ୟ ।
ଛନ୍ଦ ରେ ଛନ୍ଦିତ ଆଳଙ୍କାରେ ଅଳଙ୍କୃତ
ନାମରେ ବିଶେଷ୍ୟ ଗୁଣରେ ବିଶେଷଣ ।
ସନ୍ଧିର ବିଚ୍ଛେଦ ପୁଣି ରୂଢି ର ପ୍ରୟୋଗ
କରି ଦେଖାଉ ଥାଏ ତାର ରୂପ ମାଧୁର୍ଯ୍ୟ ।
କର୍ମ କ୍ରିୟା ସର୍ବନାମ ସବୁଥିର
ରହି ଅଛି ଭୂମିକା ଗୁରୁତ୍ୱପୂର୍ଣ୍ଣ ।
ଅତୀତ ବର୍ତ୍ତମାନ ଭବିଷ୍ୟତ କାଳ
ସବୁର ହୁଏ ଏଠି ଉତ୍ତମ ବ୍ୟବହାର ।
ଅବ୍ୟୟ ପଦ ମଧ୍ୟେ ସଂଯୋଜକ
କରାଏ ବାକ୍ୟର ଦୁଇ ଭାଗକୁ ଏକ ।
ହୃଦୟରୁ ଦିଏ ତା ପରିଚୟ
କରିଦେଇ ସଭିଙ୍କ ଭାବନା ସ୍ପଷ୍ଟ ।
ଏଇ ମୋ ଓଡ଼ିଆ ସାହିତ୍ୟ
ନାହିଁ ଏତେ ଜ୍ଞାନ ମୋର
ହେଲେ ଲେଖିଛି କିଛି ନାଁରେ ତାର ।
