STORYMIRROR

Apalata Aruk

Others

3  

Apalata Aruk

Others

ମୋ ମାତୃଭାଷା

ମୋ ମାତୃଭାଷା

1 min
126


ମାତୃଭାଷା  ଓଡ଼ିଆ ମୋ ଅମୃତର ଝର,

ସୌନ୍ଦର୍ଯ୍ୟରେ ମୋ ଭାଷାର ନାହିଁ ପଟାନ୍ତର ।

କେତେ ଆକର୍ଷଣ ପୁଣି ମୋ ମାତୃଭାଷାରେ,

ସଜ୍ଜିତ ସେ ବର୍ଣ୍ଣ ,ମାତ୍ରା, ଫଳା, ଯୁକ୍ତାକ୍ଷରେ ।

ସନ୍ଧି , ସମାସ ,କାରକ , ବିଭକ୍ତି ସହିତ,

ଛନ୍ଦ , ଅଳଙ୍କାର , ରସ , ରୀତି ସୁଲଳିତ ।

ସୁସମୃଦ୍ଧ ଭାଷା ମୋର କାବ୍ୟ କବିତାରେ,

କାଳଜୟୀ ସ୍ରଷ୍ଟାଙ୍କର ଶବ୍ଦ ସମ୍ଭାରରେ ।

ମୋ ରାଜ୍ୟକୁ ପରିଚୟ ଦେଇଛି ମୋ ଭାଷା,

ସେଇ ଆମ ସ୍ୱପ୍ନ ଆଉ ସେଇ ଆମ ଆଶା।

ଭାଷା ହିଁ ସୁରକ୍ଷା କରେ ରାଷ୍ଟ୍ରର ସଂସ୍କୃତି,

ଭାଷାର ଉନ୍ନତି ହେଲେ ରାଷ୍ଟ୍ରର ଉନ୍ନତି ।

ମୋ ମାତୃଭାଷାର ଟେକ ରଖିବି ନିଶ୍ଚୟ,

ଓଡ଼ିଆ ଅସ୍ମିତାପଣ ରଖିବି ବଜାୟ ।

ଅପଲତା ଆରୁକ



Rate this content
Log in