STORYMIRROR

Kalyani Nanda

Others

5  

Kalyani Nanda

Others

ମୋ ମାଁ

ମୋ ମାଁ

1 min
418

ମୋ ମାଁ ର ପଣତ ଘୋଡି ହୁଏ ଯେବେ,

          ମାଁ ମାଁ ସେ ତ ବାସୁଥାଏ,

ମୋ ମାଁ ଦେହ ଯେବେ ରୋଷଘର ,

           ତେଲ, ମସଲା ବାସୁଥାଏ,

ମୁଁ ମାଁ କୋଳେ ମୁହଁ ଜାକି ଶୋଇବାକୁ ଭଲପାଏ।


 ମୋ ମାଁ ଆଖିରେ ଲୁହ ଦି ଟୋପା ଛଳ ଛଳ କରେ,

          ସେ ଲୁହରୁ ବୁନ୍ଦାଏ ମୋ ଗାଲକୁ ଛୁଇଁଲେ,

          ରୋଗିଣା ମୋ ଦେହର ପରାଶ,

          ତା ଲୁହର ଲୁଣିଆ ସ୍ବାଦରେ ସତେ,

          ନିମିଷକେ ସତେ କି  ଉଭେଇ ଯାଏ ।


 ମୋ ମାଁ ଓଠରେ ଯେବେ ଧାରେ ହସ ଦେଖେ,

   ଭୋକିଲା ପେଟ ମୋ ତା ହାତ ରନ୍ଧା ଖାଇ,

      ଭୋକ ଯେବେ ମୋର ଶାନ୍ତ ହୁଏ,

ମୋ ମନ ତୃପତି ତା ମୁହେଁ ଯେବେ ଝଲସି ଉଠେ,                                                      ତା ହସ ରୁ ଚେନାଏ ହସ ମୋ ଓଠେ ଖେଳିଯାଏ ।


ମୋ ମାଁ ର ଦୁର୍ବଳ ହାତ ଯେବେ ମୋତେ ଆଉଁସି ଦିଏ,

           ତା ହାତର କଅଳ ପରଶେ,

       ମୋ ଆଖି ପଲକ ବୁଜି ହୋଇ ଯାଏ,

        ତା କୋଳ ଯେ ମୋ ସପନ ଝୁଲଣା,

     ଝୁଲି ଝୁଲି ତା କୋଳେ ମୁଁ ନିଦେଇ ଯାଏ ।


                      


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍