STORYMIRROR

T.Durga Prasad Rao

Others

3  

T.Durga Prasad Rao

Others

ମୋ ମାଆ

ମୋ ମାଆ

1 min
194

ସେଇତ ମୋ ମାଆ

ସେନେହରେ ଭରା ପରାଣ ତାଆର

ମମତାର ଅନ୍ୟ ନାଆ


ସେଇତ ମୋ ମାଆ


ପଣତ କାନି ତା ଅନନ୍ତ ଆଶରା

ହାତ ଅଙ୍ଗୁଳି ପରଶ

ପୋଛି ହୋଇଯାଏ ଯେତେ ଦୁଃଖ କଷ୍ଟ

ରହେନା ତ ଅବଶୋଷ


ବହୁ ପଛେ ଯେଡ଼େ ବାଆ

ଛାତି ଟାଣ କରି ଛିଡ଼ା ହେବ ସିଏ

ମୋ ସୁଖ ଦୁଃଖର ସାହା


ସେଇତ ମୋ ମାଆ


ଯାତନା ସବୁ ସେ ଲୁଚାଏ ଛାତିରେ

ମୁଖ ସଦା ହସ ହସ

ତା ମୁଖରୁ ସତେ ଝରିଯାଏ ଯେତେ

କଥାର ଅମୃତ ରସ


(ସତେ) କେଡ଼େ ନିରୀହ ତା ଚାହାଁ

ମିଛିମିଛିକା ବି କାନ୍ଦି ପକାଇଲେ

ଚହଲିଯାଏ ତା ହିଆ


ସେଇତ ମୋ ମାଆ


ସବୁ ରାଗ ରୁଷା କ୍ଷଣିକେ ଉଭାଏ

ଦେଖିଦେଲେ ତାର ମୁହଁ

ପଣତରେ ତାର ପୋଛି ହୋଇଯାଏ

ସଂସାର ଯାକର ଲୁହ


ଧରା ଠାରୁ ମହନୀୟା

ସକଳ ଦେବତା ପରଶ ଉର୍ଦ୍ଧ୍ୱରେ

ତା ଆଶିଷ ଭରା ଛୁଆଁ


ସେଇତ ମୋ ମାଆ


ସରଗ ତା କୋଳ ତା ଠାରୁ ବି ବଡ଼

ତା ପଦ୍ମ ପଦଯୁଗଳ

ତାକୁ ଛାଡ଼ି କାହିଁ ମୁକ୍ତି ମାର୍ଗ ନାହିଁ

ସେନେହେ ହେବି ବିଭୋର


ମାଆ ସେ ମୋ ପୂଜନୀୟା

ଅଗ୍ରପୂଜ୍ୟ ଗଜାନନ ଠାରୁ ମଧ୍ୟ

ସଦା ଅଗ୍ରେ ବନ୍ଦନୀୟା


ସେଇତ ମୋ ମାଆ


ଟି. ଦୁର୍ଗା ପ୍ରସାଦ ରାଓ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍