STORYMIRROR

Ajaya kumar Jena

Others

3  

Ajaya kumar Jena

Others

ମୋ ଲଣ୍ଠନ

ମୋ ଲଣ୍ଠନ

1 min
259

ମୋ ଝାଳ ବୋହି ତା' ଟାଙ୍କିରେ

କିରୋସିନୀର ଉଚ୍ଛୁଳା ନଈ,

ସନ୍ଧ୍ୟା ନହେଉଣୁ!

ଚାଖଣ୍ଡେ ସଳିତା ବତୁରି ଯାଏ

ସାରାରାତି ଦିକ୍ ଦିକ୍ ଜଳିବା ପାଇଁ,

ଆଉ ସିଲିଣ୍ଡରାକୃତି କାଚ ଖଣ୍ଡେ

ମସୃଣ ହୋଇଯାଏ ଆଲୁଅ ପ୍ରତିଫଳନ ପାଇଁ।


ମୋ ପାଖେ ହୀରା ନଥିଲେ

ବିନା କାଚରେ ସେ ଫୁଙ୍ଗୁଳା,

ଲିଭିଯାଏ ବାର ବାର

ତା' ହୃଦୟର ଅଗ୍ନି ବର୍ତ୍ତିକା।


ମୋ ବିନା,

ସେ ଲୁହାମାନଙ୍କର ଅସଜଡ଼ା ଫ୍ରେମ୍,

ଲୁହ ଢାଳେ ନିରନ୍ତର

ଢାଗୁଆ ତଳ କାନ୍ଥ ଅନ୍ଧାରୁଆ କୋଣରେ,

ମୋ ପାଇଁ ସେ ଜୀବନ୍ୟାସ ପାଇ

ମିଞ୍ଜି ମିଞ୍ଜି ହସୁଥାଏ 

ଅହରହ ଅନ୍ଧାରଭର୍ତ୍ତି ଆଲୁଅରେ।


ତା' ପାଇଁ ନିଃଶେଷ ହୁଏ ଅନ୍ଧାରି କାୟା,

ତା' ଚତୁଃପାର୍ଶ୍ଵ ଭରେ ଆଲୋକିତ ଆଭା,

କିନ୍ତୁ ଦୁଃଖ ତ' ଏତିକି!

ଦୀପ ତଳ ଆଜନ୍ମ ଅନ୍ଧାର.......।


ସେ ଏବେ ସେଇଠି,

ଅତୀତ କୋଳରେ ଲୀନ

ଅଳନ୍ଧୁ ବୋଳା ଦେହରେ 

ଆଉ ବିଦ୍ୟୁତ୍ ଆଲୁଅର ଉଜ୍ଜ୍ୱଳ ଆଭାରେ,

ମୋ ପାଇଁ ସେ ଅଭୁଲା ଚିହ୍ନ

ହୃଦୟ କାନ୍ଥର ପ୍ରଚ୍ଛଦପଟରେ

ନିରନ୍ତର ଅତୀତରୁ ଭବିଷ୍ୟତ ଯାଏଁ........।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍