STORYMIRROR

Kalyani Nanda

Others

4  

Kalyani Nanda

Others

ମୋ କବିତା ଆଉ ମୁଁ

ମୋ କବିତା ଆଉ ମୁଁ

1 min
417

କେବେ ତୁମେ ଆସ,

ବସନ୍ତର ବେହାଗ ହୋଇ ତ,

କେବେ ପୁଣି ବର୍ଷାର ଶ୍ରାବଣୀଧାରା ହୋଇ,

ପୁଷ୍ପିତ, ସୁଗନ୍ଧିତ ମଳୟର ବାସ ଚହଟାଇ, 

ଆସ ତୁମେ ପୁଣି ଜ୍ୟୋସ୍ନା ପ୍ଲାବିତ ଶୀତଳତା ନେଇ,

ଅବା ଫୁଲ ପାଖୁଡ଼ାର ବିନ୍ଦୁ ବିନ୍ଦୁ ଶିଶିର ହୋଇ ।


କେବେ ପୁଣି ଆସ,

ନିଶ୍ଚୁପ ହୃଦୟର ସ୍ପନ୍ଦନ ହୋଇ,

ଆସ ତୁମେ ପଲକ ଉହାଡେ ଥିବା,

ଚିକ୍ ଚିକ୍ କରୁଥିବା ଲୁହ ହୋଇ,

ନତୁବା,

ଆହତ ବେଦନାର ଭଗ୍ନ ସୁର ସାଜି,

ନଚେତ୍ ଆସ ପୀଡ଼ାକୁ ହସର ପ୍ରଲେପ ଦେଇ,

ତୃଷାର୍ତ୍ତର ଅୟୁତ ଯୁଗର ତୃଷ୍ଣା ହୋଇ ।


ସତରେ ଯେବେ ତୁମେ ଆସ.. ହେ ମୋ ପ୍ରିୟ କବିତା,

ଶବ୍ଦାଳଙ୍କାରରେ ତୁମକୁ ସଜାଇ ଦିଏ,

କଳ୍ପନାର ଦୋଳିରେ ତୁମ ସାଥେ ଝୁଲୁଥାଏ,

ସ୍ବପ୍ନର ଦୁନିଆରେ ତୁମ ସାଥେ ହଜିଯାଏ,

କେବେ ଆକାଶର ତାରା ହୋଇ ଲୁଚକାଳି ଖେଳୁଥାଏ,

ସତରେ କବିତା, ତୁମେ ସାଥେ ଥିଲେ,

ମୁଁ ଯେ ଦୁନିଆ ଭୁଲିଯାଏ।


                           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍