STORYMIRROR

Sunita Satapathy

Others

4  

Sunita Satapathy

Others

ମୋ ଜେଜେ ମାଆ

ମୋ ଜେଜେ ମାଆ

2 mins
253

 ଝରାଫୁଲ ହେଇ ଗଲୁ ସିନା ଝରି          

ମହକ ଯାଇଛୁ ଛାଡି      

ଭlରି ମନେପଡେ ତୋର ସ୍ନେହଶ୍ରଦ୍ଧା        

ଅତୀତର ସ୍ମୃତିକଢ଼ି !!             


ସ୍ନେହବୋଳା ତୋର ପଣତକାନିରେ        

କେତେ ମୋ ଦେହ ଝାଡିଚୁ           

ଏ ଧରାପୃଷ୍ଟରେ ଖୋଜି ଥକି ପଡେ         

କୋଉଠି ଲୁଚି ରହିଚୁ !!            


ମୁଣ୍ଡ ମୋ ଆଉଁସି ସ୍ନେହ ଯେ ପରଶି        

ବାତ୍ସଲ୍ୟର ଗନ୍ତାଘର             

ଅଭିମାନ କରି ଅଚିନ୍ତା ରାଇଜେ          

ତୋଳୁଛୁ କି ବାଲିଘର !!            


ସ୍ନେହ ଶ୍ରଦ୍ଧା ପ୍ରୀତି ମମତାର କୀର୍ତ୍ତି         

ଦେବୀର ତୁ ପ୍ରତିମୂର୍ତ୍ତି            

କଷ୍ଟ ସହ୍ୟ କରି ସ୍ନେହ ପରଶୁ ଲୋ         

କିଏ ହବ ତୋ ପରି !!            


ବଡଘର ଝିଅ ବଡଘର ବୋହୂ          

ସାଜିଥିଲୁ ଦିନେ ତୁହି            

ଏ ନିଷ୍ଠୁର ବିହି ସାଧିଲା କି ଦାଉ          

ସବୁ ସହିଗଲୁ ଲୁହ ପିଇ !!           


ରାମରାଇଜର ସାଜିଥିଲୁ ରାଣୀ          

ଭୋଗିଲୁ ତୁ ବନବାସ             

ମିଠାବୃକ୍ଷ ହେଇ ଢେଲା ମାଡ ସହି         

ନିଜେ ହେଲୁ ଆଜି ଶେଷ !!          


ହିଂସ୍ର ମଣିଷର ଧୃଷ୍ଟତାକୁ ଦେଖି         

ବାସ୍ତବେ ତୁ ଲୁଚୁଥିଲୁ             

ଆଜି ମରୀଚିକା ଯାଇଛୁ ତୁ ହେଇ         

କୁଆଡେ ଉଭେଇଗଲୁ !!            


ନିଜ ରକ୍ତ ତୋତେ ଚିହ୍ନି ନ ପାରିଲା         

ଦୁଃଖେ ହେଲୁ ହନ୍ତସନ୍ତ             

ଲୁହଲହୁ କରି ମାଂସପିଣ୍ଡୁଳାକୁ          

ଦେଇଥିଲୁ ତୁ ଜୀବନ୍ତ !!            


ତିନୋଟି ରତ୍ନ ତୁ ଜନ୍ମ ଦେଇଥିଲୁ          

ତ୍ରିରତ୍ନ ବୋଲି ତୁ କହୁ            

ପୂଣ୍ୟଦେବୀର ସେ ରଖିଲେନି ମାନ        

ଦଇବ ସାଧିଲା ଦାଉ !!            


ନିଜ ରକ୍ତ ସହ ସଂଯୋଗ ନିମନ୍ତେ         

ଥିଲା ଲୋ ତୋତେ ବାରଣ           

 ତଥାପି ତୁ ଲୁଚି ସ୍ନେହ ପରଶୁଲୋ         

କିଏ ତୋ ଶୁଝିବ ଋଣ !!            


ମୋଜନମ କାଳୁ ଦେଖିନି ମାଆ ଲୋ         

ତୋ ଆଖି ଶୁଖିବା କେବେ           

ପଚାରେ ଯେବେ ମୁଁ କେମିତି ଅଛୁ ଲୋ        

କହୁ ଅଛି ବହୁ ସୁଖେ !!            


ଗାଆଁକୁ ବେଶି ମୁଁ ଯାଏନି ବୋଲି ଲୋ         

ଲୁଚିଛପି ଫୋନ କରୁ            

ଅଭିମାନ ଛାଡି ଆ ସୁନା ମୋର          

ମୋତେ ଟିକେ ଦେଖିବାକୁ !!  

         

କହୁଥିଲୁ ମୁଁ ଚାତକ ପରାୟେ          

ଚାହିଁ ବସିଛି ଲୋ ପରା             

ତୋ ପୁଅର ଠୁକୁଠୁକୁ ଚାଲି ଦେଖି         

ଆକାଶେ ହେବି ଲୋ ତାରା !!          


ତୋ କଥାକୁ ରଖି ଚାଲିଗଲୁ ଠକି         

ସପନ ହେଲାକି ପୁରା            

ଖାଲି ସଂସାରର ସୁଖ ନ ପାଇ 

ବିମୁଖ        ରହିଲା ସ୍ୱପ୍ନ ଅଧୁରା !!             


ବାବା ମୋର ଆଜି ମନେ ଝୁରୁଛନ୍ତି         

କାନ୍ଦନ୍ତି ସେ ଲୁଚିଲୁଚି             

କାହିଁ ଚାଲିଗଲୁ ଫେରିଆ ମୋ ବୋଉ         

ଦେ ମୋ ମୁଣ୍ଡ ଆଉଁସି !!            


ବାହୁନିବାହୁନି କାନ୍ଦେ ମୋର ବୋଉ         

ସାହସ ଥିଲ ମୋ ହେଇ            

ଦୃଢ ବରଗଛ ଛାଇ ଗଲା ଚାଲି           

ନିଆଁର ଝୁଲ ପଡଇ !!            


ଭାଇ ଭଉଣୀଙ୍କୁ ଦେଖିବା ନିମନ୍ତେ         

କଣ୍ଟାଲଟା ମାଡି ଆସୁ            

ଜୋଇଁକି ଦେଖିଲେ ଆଲିଙ୍ଗନ କରି        

ବୁହାଉ ଖୁସିର ଆସୁ !!            


ପୂଣ୍ୟପରବରେ ଯାନିଯାତରାରେ         

ଗୋଡ଼ ତଳେ ତୋ ନ ଲାଗେ           

ତୋ ବାପଘର ଲୋକେ ଆସିବା ଖୁସିରେ       

ଚାହିଁବସୁ ଲୋ ସରାଗେ !!           


ମେଳଣକୁ ଯାଉ ମେଳନ ଦେଖିଲୋ        

ନଥାଏ ସେଠି ତୋ ମନ            

କେତେ ରକମର ଖାଇବା ଆଣୁ ତୁ         

ଆଉ ଫେରିବ କି ସେହି ଦିନ !!          


କେଉଁ ରାଇଜରେ କେମିତି ଅଛୁ ତୁ         

ଜାଣିନି ଖବର ତୋର             

ଜଗନ୍ନାଥଙ୍କୁ ମୋ ଏତିକି ଗୁହାରି         

ସଦଗତି ହଉ ଆତ୍ମାର             

ସଦଗତି ହଉ ଆତ୍ମାର !!!!



Rate this content
Log in