STORYMIRROR

ZYOTSNA PATRAW

Others

3  

ZYOTSNA PATRAW

Others

ମୋ ଜାତକ ପ୍ରଭୁ ଦିଅ ବଦଳାଇ

ମୋ ଜାତକ ପ୍ରଭୁ ଦିଅ ବଦଳାଇ

1 min
224

ହେ ଚକା ନୟନ କେଡେ ନିରିଦୟ 

ହୋଇଲ କି ସତେ ନାଥ 

ଭସା ମେଘ ମୁଁ ଯେ ଭାସି ବୁଲୁଥିଲି 

ଦେବାକୁ ତୁମକୁ ସୁଖ 


ତୁମରି ଚରଣ ଧୋଇ ଦେବି ବୋଲି 

କରିଥିଲି ବଡ ଆଶା 

ନିର୍ଦୟ ନିଷ୍ଠୁର ନିଦାରୁଣ ହୋଇ 

କଲ ନାହିଁ ମୋତେ ବର୍ଷା 


ତୁମରି ଦାଣ୍ଡରେ ବହି ଯିବା ପାଇଁ 

ସ୍ବପ୍ନ ଥିଲା ବଡ ମୋର 

ଶରଧା ବାଲିରେ ଲୀନ ହେବା ପାଇଁ 

ଚାହିଁ ଥିଲି ବାର ବାର 


ଏଡେ ଗ୍ରୀସମରେ ପ୍ରଭୁ ହେ ତୁମକୁ 

ଶୀତଳ କରିବି ବୋଲି 

ସାରା ଆକାଶଟା ଛାଇ ରହିଥିଲି 

ଦୂରକୁ ନ ଦିଅ ଠେଲି 


ତୁମ ଚଉବାହା ମଙ୍ଗଳ ମୂରତି 

ଆରତ ଜନର ବନ୍ଧୁ 

ଗଗନରେ ତୁମ କୃପା ବାରି ଢାଳି 

ମୁକ୍ତି ଦିଅ କୃପାସିନ୍ଧୁ


ନୁହେଁ ମୁଁ ଯେ କେଉଁ ଅଦିନିଆ ମେଘ 

ଅଦିନେ କରୁଛି ଅଳି 

ଏଇ ଅଷାଢ଼ରେ ବରଷି ଯିବାକୁ 

ଭାଗ୍ୟ ଲେଖିଥିଲା ବିହି 


ନାଥ ହେ ତୁମକୁ ଶୁଭୁ ନାହିଁ କିବା 

ଘଣ୍ଟ ଘଣ୍ଟା କୋଳା ହଳେ 

ମିଶିଯିବି କିବା ତୁମରି ଧାମରେ 

ମହୋଦଧି ପୁଣ୍ୟ ଜଳେ 


କଳପ ଗଛର ମୂଳରେ ବରଷି 

କରିବକି ଧନ୍ୟ ମୋତେ 

ମୋ ଜାତକ ପ୍ରଭୁ ଦିଅ ବଦଳାଇ

ଏହି ଅଳି ରଖ ରଥେ


Rate this content
Log in