STORYMIRROR

Sabita Nayak

Others

4  

Sabita Nayak

Others

ମୋ ହୃଦୟର ବନ୍ଧୁ ଜଗନ୍ନାଥ

ମୋ ହୃଦୟର ବନ୍ଧୁ ଜଗନ୍ନାଥ

3 mins
436


ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ ।


କୋଉଠୁ ଆରମ୍ଭ କରିବି, କୋଉଠି ଶେଷ କରିବି। ଯାହାର ଆଦିଅନ୍ତ ନାହିଁ, ଯିଏ ସୀମାହିନ, ଯିଏ ସମସ୍ତ ଜ୍ଞାନର ମୂଳ। ଯିଏ ସମସ୍ତଙ୍କ ହୃଦୟରେ ବିରାଜମାନ, ପ୍ରେମମୟ ପୁରୁଷ, ସମସ୍ତଙ୍କର ସଖା, ସହୋଦର ମୋର ପରମବନ୍ଧୁ କାଳିଆ ଠାକୁର।

ସେ ତ ଭାବବନ୍ଧୁ ଭାବର ଠାକୁର

ଭାବେ ଭଜ ହେଳେ ତାଙ୍କୁ

ଭାବ ଲାଗିଗଲେ ଆଉ ନ ଛିଣ୍ଡିବ

ସେ ତ ଭାବନାର ସିନ୍ଧୁ।


ସେ ଭାବରେ ବନ୍ଧା। ସେ ପ୍ରେମରେ ବନ୍ଧା। ହୃଦୟର ସହିତ ଥରେ ଡାକିଲେ ସବୁ କୃପା ଅଜାଡି ଦିଅନ୍ତି। ଲୀଳାମୟଙ୍କ କୃପା ବର୍ଣ୍ଣିବାକୁ ମୋର ଜ୍ଞାନ କାହିଁ ଯେ? ପିଲାଟି ଦିନରୁ ଦୁଃଖ ତ ଦେଈଛନ୍ତି,ହେଲେ ପାଖେ ପାଖେ

ସବୁବେଳେ ମୁଁ ତାଙ୍କୁ ଅନୁଭବ କରିଛି। ସେ ମୋର

ପିତାମାତା, ଭାଇ, ଶ୍ରେଷ୍ଠ ବନ୍ଧୁ, ମାର୍ଗଦର୍ଶକ ଅଟନ୍ତି। ମୁଁ

ଆଜି ଯାହା ବି ହୋଇଛି ସବୁ ସେଇ କୃପାମୟଙ୍କ ଅସୀମ

ଦୟା । ନା ମୁଁ ଇଶ୍ବରଙ୍କୁ ଦେଖିଛି, ନା ମୁଁ ତାଙ୍କର ନାମ

ଜାଣିଛି। ମୋ ମତରେ ଈଶ୍ବର ଏକ। ସିଏ ନିରାକାର ପୁଣି

ସାକାର। ସେ ନାରୀ ଓ ପୁରୁଷ। ଯିଏ ଶିବ, ସିଏ ବିଷ୍ଣୁ, ସିଏ କାଳୀ। ଆମେ ବିଭିନ୍ନ ରୂପରେ ତାଙ୍କୁ ଆରାଧନା କରୁ। କିଏ ଈଶ୍ବରଙ୍କୁ ଦେଖିଛି ଯେ?ମୁଁ କିନ୍ତୁ ଦେଖିଛି ସବୁଠି, ସମସ୍ତଙ୍କ ହୃଦୟରେ। ମୁଁ ଅନୁଭବ କରିଛି ତାଙ୍କୁ ମୋର ପ୍ରତିଟି ସ୍ପନ୍ଦନରେ। ମୋ ଜୀବନରେ ଘଟିଥିବା କେତୋଟି ଘଟଣାର ବର୍ଣ୍ଣନା କରୁଛି ଯାହାକି ଈଶ୍ବରଙ୍କ ମୋ ପ୍ରତି ଅସୀମ ଦୟା ବୋଲି ମୋର ବିଶ୍ବାସ।


ଷଷ୍ଠଶ୍ରେଣୀରେ ପଢୁଥିବା ବେଳର କଥା। ମୋତେ ବସନ୍ତ

ହୋଇଥାଏ।ଭୀଷଣ ଦେହଖରାପ। ଘରେ କେହି ନଥାନ୍ତି।ସଂନ୍ଧ୍ୟା ହୋଇଯାଇଥାଏ। ବିଜୁଳି ନଥିବାରୁ ଘର ଅନ୍ଧାର। ଡିବିରି ଲଗାଯାଇନଥାଏ। ହଠାତ୍ ଆମ ଘରକୁ କିଏ ଆସିବାର ପାଉଁଚି ଶବ୍ଦ ଶୁଣାଗଲା, ଅବିକଳ

ମୋ ସାଙ୍ଗ ଯଶୋଦା ପରି। କିନ୍ତୁ ସେ ମୋ ପାଖକୁ

ନ ଆସି ଫେରିଗଲା। ମୁଁ ଭାବିଲି ମୋ ସାଙ୍ଗ ଯଶୋଦା

ଆସିଛି। ଜେଜେମା ଆସିଲାରୁ ମୁଁ ବହୁତ କାନ୍ଦିଲି।"

ମା' ଯଶୋଦା ଆସିଥିଲା , ମୋତେ ଦେଖା ନକରି ପଳାଇଲା ।" କିନ୍ତୁ ଜଣାପଡିଲା କେହି ବି ଘରକୁ ଆସି

ନଥିଲେ।ପିଲାଦିନେ ଏମିତି କେତେଥର ଅଦ୍ଭୁତ ଘଟଣା

ଘଟିଛି, ଯାହାକି ମୁଁ ଆଜିଯାଏଁ ବୁଝିପାରିନି।


୨୦୦୯ ମସିହାର କଥା। ମୋ ପୁଅ ୪ଦିନର ହୋଇଥାଏ।ତା'ର ଦେହ ଖରାପ ଥିବାରୁ ମେଡିକାଲରେ ଆଡମିଟ୍ ହୋଇଥାଏ। ସାଲାଇନ୍ ଏବଂ ଇଞ୍ଜେକ୍ ସନ

ସକାଳେ, ସଂନ୍ଧ୍ୟାରେ ଲାଗୁଥାଏ। ତେଣୁ ହାତରେ ଗୋଟିଏ ଛୁଞ୍ଚି ଲଗାଇ ଦିଆଯାଇଥାଏ। ଛୋଟ ପିଲା ତ

ସେଥିପାଇଁ ତାକୁ ବହୁତ ଜଗିବାକୁ ପଡେ। ମୁଁ ଲଗାତାର

ଦୁଇଦିନ ଅନିଦ୍ରା ରହିବା ଯୋଗୁଁ ଆଖି ଲାଲ ହୋଇ

ଯନ୍ତ୍ରଣା ହେଉଥିଲା। ଇଚ୍ଛା ହେଉଥିଲା ଟିକେ ଶୋଇପଡନ୍ତି

କି?

କେତେବେଳେ ମୋ ଆଖି ଲାଖିଯାଇଛି ଆଉ ତା'ମଧ୍ୟରେ

ମୋ ପୁଅ ହାତ ହଲାଇ ଛୁଞ୍ଚିଟା ବଙ୍କା କରିଦେଇଛି। ମୁଁ

ବ୍ୟସ୍ତହୋଇ ଦୌଡିଲି ନର୍ସ ପାଖକୁ। ସେ କିନ୍ତୁ ମୋ

ଉପରେ ଭାରି ବିରକ୍ତ ହେଲା। ମୁଁହ ଛିଞ୍ଚାଡି କହିଲା, "ମୁଁ

ଯାଇ ପାରିବି ନାହିଁ।" ମୁଁ ସେଠାରୁ ପୁଅକୁ ଧରି କାନ୍ଦି

କାନ୍ଦି ଆସୁଛି। ହଠାତ୍ ମୋ ସାମ୍ନାରେ ଜଣେ ଭଦ୍ରବ୍ୟକ୍ତି

ଆସିଲେ । ଦେଖିବାକୁ ବହୁତ ଡେଙ୍ଗା ଓ ସୁନ୍ଦର ପୋଷାକ ପିନ୍ଧିଥିଲେ। ସେ କୌଣସି ଅଫିସର ଭଳି

ଲାଗୁଥିଲେ। ମୋତେ କହିଲେ, "ଭଉଣୀ ! କ'ଣ ହେଲା?

କାହିଁକି କାନ୍ଦୁଛ?" ମୁଁ ସବୁକଥା କହିଲି। ସେ କହିଲେ,

"ମୋ ସାଙ୍ଗରେ ଆସ" ସେ ଭଦ୍ରବ୍ୟକ୍ତି ଜଣକ ଡକ୍ଟରଙ୍କୁ

କହି ସେ ନର୍ସଦ୍ବାରା ମୋ ପୁଅର ଛୁଞ୍ଚି ବଦଳାଇବାରେ

ସାହାଯ୍ୟ କରିଥିଲେ। ଜଣେ ଅଜଣା ଅଚିହ୍ନା ବ୍ୟକ୍ତିଙ୍କର ବିପଦ ସମୟରେ ସାହାଯ୍ୟ କରିବା ଈଶ୍ବରଙ୍କ କୃପା ନୁହେଁ ତ ଆଉ କ'ଣ?


୨୦୦୩ ମସିହାର କଥା। ମୁଁ ସକାଳୁ ସକାଳୁ ମୋ ଘର

ବରମୁଣ୍ଡାରୁ ସତ୍ୟନଗର ଯାଏ କୋଚିଙ୍ଗ କ୍ଳାସ୍ କୁ

ଯାଉଥାଏ। ଅଧାବାଟରେ ମୋ ସ୍କୁଟି ବନ୍ଦ ହୋଇଗଲା।

ଆଉ ଷ୍ଟାଟ ହେଲାନି। ମୁଁ ୩୦/୪୦ ଥର କିକ୍ ମାରିଲି

ତଥାପି ହେଲାନି। ଭାରି ବିରକ୍ତ ଲାଗୁଥାଏ। କ'ଣ କରିବି?

ସେଇଠି ଗୋଟେ ମନ୍ଦିର ଥାଏ। ହଠାତ୍ ଦେଖିଲି ଜଣେ

ମନ୍ଦିର ପୂଜକ ତରତର ହୋଇ ଜଣେ ଲୋକର ଡେଣା

ଧରି ଆଣିଲେ ମୋ ପାଖକୁ। ମୁଁ କିଛି ବୁଝିବା ପୂର୍ବରୁ

ସେ କହିଲେ,"ଏ ମା'ଙ୍କର ସ୍କୁଟି ଷ୍ଟାର୍ଟ ହେଉନି ତୁମେ

ଟିକେ ଷ୍ଟାର୍ଟ କରିଦେଲ। ମୁଁ ଆଶ୍ଚର୍ଯ୍ୟ! ଏତେ ଲୋକ ଥିଲେ କେହି ଆସିଲେନି, କିନ୍ତୁ ମନ୍ଦିର ଭିତରୁ ମନ୍ଦିର ପୂଜକ ଆସି ମୋତେ ସାହାଯ୍ୟ କରିବା ମୋ ମନରେ ଈଶ୍ବର ବିଶ୍ବାସକୁ ଶତଗୁଣ କରିଥିଲା। 


2020 ମସିହା କଥା। ସେଦିନ ସଂକ୍ରାନ୍ତି ଥାଏ। ମୁଁ ଅସୁସ୍ଥ ଥିଲି। ତଥାପି ଭୂବନେଶ୍ବରରୁ 60 କି.ମି ମାଧବ ଏକା ସ୍କୁଟିରେ ଯାଇଥିଲି । ଇଚ୍ଛାଥିଲା ମାଧବଙ୍କ ଅନ୍ନପ୍ରସାଦ ଟିକେ ପାଆନ୍ତି କି?

ଆଗରୁ ମୋତେ ମୋର ଜଣେ ଛାତ୍ରୀ ଶୁଭଶ୍ରୀ (ମାଧବଙ୍କ ପୂଜାରି ଙ୍କ ଝିଅ)ଫୋନ୍ କରି କହିଥିଲା ତାଙ୍କ ଘରେ ଅନ୍ନପ୍ରସାଦ ସେବନ କରିବାକୁ। ମୁଁ ହଁ ମାରିଦେଇଥିଲି। ମୁଁ ମାଧବରେ ପହଞ୍ଚି 10ରୁ 1pm ପର୍ଯ୍ୟନ୍ତ କ୍ଳାସ କଲି ।ଲକଡାଉନ ଥିବାରୁ ସ୍କୁଲରେ କ୍ଳାସ ନ ହୋଇ ଜଣେ ଛାତ୍ରୀଙ୍କର ଖାଲି ଘରେ ମୁଁ କ୍ଳାସ କରେ। କ୍ଳାସ ସରିବା ପରେ ମୁଣ୍ଡ ଜୋରରେ ବୁଲାଉଥାଏ।

ଦେହରେ କିଛି ବଳ ନଥାଏ ଯେ ପୁଣି 60କି.ମି ମାଧବରୁ

ଭୂବନେଶ୍ବର ଫେରି ପାରିବି। ଶୁଭଶ୍ରୀ ତାଙ୍କ ଘରକୁ ଯିବାକୁ ଡାକିଲାରୁ "ପୁଣି କେବେ ଯିବି" କହି ମନାକରିଦେଲି। ପୁଣି ଭାବିଲି "ଆରେ ତାକୁ ତ ମନାକରିଦେଲି ମାଧବଙ୍କ ପ୍ରସାଦ କେମିତି ପାଇବି? ସ୍କୁଲକୁ ଫେରିଲି । ଚମତ୍କାର !ଆମର ପ୍ରଧାନଶିକ୍ଷକ ମାଧବଙ୍କ ଅନ୍ନପ୍ରସାଦ ମଗାଇଥିଲେ। ପ୍ରସାଦ ସେବନ କରିବା ପରେ ଟିକେ ଆରାମ ଲାଗିଲା, ତଥାପି ଦେହ ମୁଣ୍ଡ କ'ଣ ହେଇ ଯାଉଥାଏ। ମାଧବରୁ 15କି.ମି ସ୍କୁଟି ଚଲାଇ ଆସିଲି,ସ୍କୁଟି ଅଡସପୁରଠାରେ ରଖି ବସ୍ ରେ ଆସିଲି।3/4ମାସ ପରେ ମୁଁ ଯେବେ ଏହି କଥା ମୋ ଛାତ୍ରୀମାନଙ୍କୁ କହିଲି ଯେ ମୋର ଦେହ ଭୀଷଣ ଖରାପ ଥିଲା।

ଶୁଭଶ୍ରୀ କହିଲା,"ମାମ୍ ସେଦିନ ସକାଳୁ ମୁଁ ଆପଣଙ୍କ

ନାଁ ରେ ମାଧବଙ୍କ ପାଖରେ ଦୀପ ଲଗାଇଥିଲି ।" ମୁଁ ଆଶ୍ଚର୍ଯ୍ୟ, ହଁ ମାଧବଙ୍କ କୃପା ହିଁ ମୋତେ ବଞ୍ଚାଇ ଥିଲା ସେଦିନ ଆଉ ମୋ ପିଲାମାନଙ୍କ ମୋ ପ୍ରତି ଭଲପାଇବା ସବୁ ମାଧବଙ୍କ କୃପା ।


ଏମିତି ଅନେକ ଘଟଣା। ସବୁ ବିପଦରୁ ମୋତେ ରକ୍ଷା

କରିଛନ୍ତି। ସବୁବେଳେ ପାଖେ ପାଖେ ରହି ମୋର

ସବୁ ନକରାତ୍ମକ ଚିନ୍ତାଧାରାକୁ ସକରାତ୍ମକରେ ପରିଣତ

କରିଛନ୍ତି। ମୋର ସବୁ ସୁଖ ଦୁଃଖ ତାଙ୍କ ପାଖରେ

କହେ। ଅଦୃଶ୍ୟ ଈଶ୍ବର ହିଁ ମୋର ସବୁ ସମସ୍ୟାର ସମାଧାନ ଏବଂ ସବୁ ପ୍ରଶ୍ନର ଉତ୍ତର।


Rate this content
Log in