Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj kumar Maharana

Others

3  

Manoj kumar Maharana

Others

ମୋ ଗାଁ

ମୋ ଗାଁ

2 mins
239



ସବୁଜ ତରୁ ଗିରି ଘେର ଭିତରେ,

ନଡ଼ିଆ,ଆମ୍ବ, ତାଳ ବଣ ମଧ୍ୟରେ,

ସୁନୀଳ ଅଙ୍କା ବଙ୍କା ନଈ ପାଖରେ,

ସବୁଜ ଶସ୍ୟଭରା କ୍ଷେତ ସାମ୍ନାରେ,


ଅଛି ମୋ'ର        ସୁଖଭରା

ମନୋହର        ପ୍ରେମଭରା

ଛୋଟିଆ ଗାଁ...     ଆମରି ଗାଁ...।


ଏଇ ମୋ'ର ଛୋଟ ଗାଁ...

ଅଛି ମୋ'ର ଷଠୀ ମା .. ।


ଚାରି ଦିଗେ ଚାରି ମନ୍ଦିର ପୁଣି

ଗାଁ ମଝିରେ ମା ବୁଢ଼ୀ ଠାକୁରାଣୀ,

      ବୋହୂମାନେ ହାତେ ଓଢଣା ଟାଣି

      ଗାଁ ନଈକୁ ଯାଆନ୍ତି ପାଣି ଆଣି,

ଗାଁ ମଣ୍ଡପରେ ନାନା ଶାସ୍ତ୍ରବାଣୀ

ବିପ୍ରେ ପଢନ୍ତି,ଲୋକେ ଯାଆନ୍ତି ଶୁଣି,

          ବାରମାସେ ତେର ପର୍ବପର୍ବାଣୀ

          ସର୍ବେ ପାଳନ୍ତି 'ହସ,ଖୁସି' ବୁଣି ।


ସାଧବ ବୋହୂର ରୂପ, ଚାନ୍ଦିନୀ ପାଖର କୂପ..।

କୁଆଁରୀ ମାନଙ୍କ ଓଷା, ପ୍ରେମିକାର ପ୍ରେମ ଭାଷା..।

ପଶୁପକ୍ଷୀଙ୍କର ଧ୍ଵନୀ, ଆମ ଗାଁ ବାୟାଣୀ ନାନୀ..।

ମାଣବସା ଝୋଟି,ଚିତା, ନାରୀଙ୍କ ପାଦେ ଅଳତା.. ।

ସରସୀର କଇଁ ଫୁଲ, ଭାଉଜଙ୍କ ସାଥେ ଗେଲ...।

ଚଉରାରେ ଧୂପ, ବତୀ, ମାଆର ସଂଜ ଆଳତୀ.. ।

କଦଳୀ ପତ୍ରେ ଭୋଜନ, ଆଖଡାରେ ନାମ ଗାନ.. ।

ବୋହୂଙ୍କର ଢ଼ିଙ୍କି କୁଟା, ମାଆର ବେସରବଟା.. ।

ହୋଲିର ଅବିର ଖେଳ, ପୂଜାରେ ଲୋକଙ୍କ ମେଳ..।

ଜେଜେ ଆଈର କାହାଣୀ, ଗଛରେ ଭୂତ,ଡାହାଣୀ.. ।

ଗାଁର ଅଙ୍କା ବଙ୍କା ବାଟ, ଚାହାଳୀର ଗୁରୁ ଛାଟ... ।

             ଏ ସବୁକୁ ନେଇ ଆମ ଗାଁ ସୁନ୍ଦର.....

             

ଅଛି ରାଜା              ବହୁ ସ୍ମୃତି

କେତେ ମଜା            କୁ ସାଇତି

ଲାଗେ ଆମ ଗାଁ.. ।        ରଖିଛି ମାେ ଗାଁ ।


   ଏଇ ମୋ'ର ଛୋଟ ଗାଁ...

   ସବୁଠୁ ପୁରୁଣା ଗାଁ......।୨।


ଆମ ଗାଁରେ ନାହିଁ କପଟ ଛନ୍ଦ

ନାହିଁ ଉଚ୍ଚନୀଚ ଓ ଜାତିଭେଦ.. ।

       ପୁଅମାନେ ଏଠି ଗୁଡି ଉଡାନ୍ତି

       ବାଟି, କବାଡି, କ୍ରିକେଟ ଖେଳନ୍ତି ।

ଗାଁର ସଭିଏଁ ଶିକ୍ଷିତ ଶିକ୍ଷିତା 

ସବୁ ଜିନିଷର ଅଛି ସୁବିଧା ।

        ଝିଅମାନେ ଏଠି ପୁଚି ଖେଳନ୍ତି

        ବୋହୂଚୋରି,ଲୁଚକାଳି ଖେଳନ୍ତି ।


ବରଷାରେ ନାଚି ଭିଜା, କାଗଜ ଡଙ୍ଗାର ମଜା.. ।

ଘୋଡା ଓ କଣ୍ଢେଇ ନାଚ, ବୁଢା ଶଙ୍ଖାରୀର କାଚ.. ।

ଗାଁ ଆମ୍ବ ତୋଟା ମାଳ, କୁଣିଆକୁ ପାଣି ଢ଼ାଳ.. ।

ଶଗଡ଼ରେ ଯାଏ ବୋହୂ, କୋଇଲିର ଗୀତ ମହୁ.. ।

ବୁ୍ଢାଙ୍କ ପାନ ବଟୁଆ, ମାଟି ଚାଳର କୁଡିଆ.. ।

ନାରୀଙ୍କ ବିଭିନ୍ନ ବ୍ରତ, ଜାଉ ଓ ପଖାଳ ଭାତ.. ।

ଫେରିବାଲାଙ୍କର ଡାକ, ଡାକବାଲାର 'ସେ' ଡାକ.. ।

ବାହାଘର ଭୋଜି ମଜା, ଖିରି, ପିଠା ମିଠା ଖଜା.. ।

ବରଗଛରେ ବାନର, ମହୁମାଛିର ସେ ଘର.. ।

କୁମ୍ଭାରର ହାଣ୍ଡି ସରା, କେଉଟର ମାଛଧରା.. ।

ବାଇଚଢେଇର ଘର, ଘରଚଟିଆର ସ୍ୱର.. ।

କୁଆଁରୀଙ୍କ ରଜ ଗୀତ, ମାଆର ନାନାବାୟା ଗୀତ.. ।

                ଏ ସବୁକୁ ନେଇ ଆମ ଗାଁ ସୁନ୍ଦର.....

                

ପବନ ବି             ସ୍ନେହମୟୀ

କହେ ବୁଲି।           ପ୍ରେମମୟୀ

ମୋ ଗାଁ କଥା.. ।        ମୋ ମାଟି ମାଆ.. ।


      ଏଇ ମୋ'ର ଛୋଟ ଗାଁ...

      ଅମର ରହୁ ତା ନାଁ.. ।୩।

      ଏଇ ମୋ'ର ଛୋଟ ଗାଁ...

      ଅଛି ମୋ'ର ମାଟି ମାଆ.. ।

      

      

      



   



      







Rate this content
Log in