STORYMIRROR

SUKANTA KHANDA

Others

4  

SUKANTA KHANDA

Others

ମୋ'ଗାଁ

ମୋ'ଗାଁ

1 min
251

ବଡ଼ ଆନନ୍ଦେ ଭାଷା ଓ ଭାବେ

 ଗାଆଁର କଥା କହି

 ସଂସ୍କୃତି ଯାହା ଚାଲୁଛି ନିତି

  ଲେଖିଲି ଖୁସି ହୋଇ।


ଧର୍ମର ନୀତି ଓ ଭାଇଚାରା

 ପ୍ରକୃତି ଗନ୍ତା ଘର 

 ଗାଆଁଟି ଆହା ଦିଶେ ଦୂରରୁ

  ସତେ କି ମନୋହର।


ଜୀବନ ପଥେ ଗାଆଁଟି ଆହା

 ଧରା ପୃଷ୍ଠରେ ଶୋଭା

 ରକ୍ତିମ ଆଭା ସୌନ୍ଦର୍ଯ୍ଯମୟ

  ଫୁଟି ଉଠୁଛି ଆଭା।


ପିତା ଓ ମାତା ଗୁରୁ ଆଦେଶେ

 ଜୀବନ ଯାଏ ବିତି

 ସେହି ଗାଆଁରେ ଜନମ ହୋଇ

  ପାଏ ଅନନ୍ତ ଶାନ୍ତି।


ଭାରି ସୁନ୍ଦର ଗାଆଁଟି ମୋର

 ଯେଉଁଠି ନଦୀ ବହେ

 ନଦୀ ଭିତରେ ନାବଟେ ଆହା

  ପବନ ସହ ଚାଲେ।


ପିଲା ସମୟ କଟି ଯାଇଛି

 ଧୂଳି ବାଲିର ଘରେ

 ସେହି ମୋ ପ୍ରିୟ ଜନମ ଭୂଇଁ

  ପ୍ରୀତିର ମୋହ ଝରେ।


 ମୋ ଗାଆଁ ପରି କିଏ ସେ ଅଛି

 ଯେଉଁଠି ବାଆ ବହେ

  କୁଳୁକୁଳୁ ତା ମଧୁର ସ୍ବରେ

  ତଟିନୀ ମନ ମୋହେ।


ବିଲ ପାହାଡ଼ ପୋଖରୀ କୋଳେ

 ବୁଲିଛି ସାଙ୍ଗମେଳେ

 ଭୁଲି କି ହେବ ଗାଆଁର ଚିତ୍ର

  ମରିବା ଯାକେ କାଳେ।


 ଗାଆଁର ଶିରି ଶୋଭାକୁ ଦେଖି

 ଉଚ୍ଛନ୍ନ ହୁଏ ମନ

 ଯାହାର ପାଣି ପବନ ଖାଇ

  ମୋର ଜୀବନ ଧନ୍ଯ।


ଫେରିବ ନାହିଁ ପୁରୁଣା ସ୍ମୃତି

 ପିଲା ବେଳରେ ଯାହା 

 ଭଲ ହେଉ କି ମନ୍ଦର କର୍ମ

 ହୋଇ ଯାଇଛି ସ୍ବାହା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍