STORYMIRROR

Maitreyee Kamila

Others

3  

Maitreyee Kamila

Others

ମୋ ଗାଁ

ମୋ ଗାଁ

1 min
53


ଶୈଶବ ରୁ କିଶୋର

ଧୂଳିଘର ଗାଁ ସ୍କୂଲ ର ଛବି

କଳାପଟା ବେତ ମାଡ଼

ପିଲାଦିନ 

ହସ କାନ୍ଦ ରାଗରୁଷ

ମାନ ଅଭିମାନ

ଆଜି ଭି ସାଇତା ମନ ଆଇନାରେ

ତୋ କୋଳ କୁ ପୁଣି ଫେରିବାକୁ ମନ


ଗାଁ ମଶାଣି ରେ ସାଇତା ପୁରା ଗାଁ ର ଇତିହାସ ଜଳଜଳ ଦିଶେ।

ତାରି ଭିତରେ ପୂର୍ବ ପୁରୁଷ ଙ୍କ ପାଦ ଚଲା ରାସ୍ତାରେ ଚାଲୁଥାଏ ଘର ର ସଂସ୍କୃତି ପରମ୍ପରା


 ଖୋଲା ଆକାଶ ର ଅଳପ ମେଘ

ଚାଳ ଉପର ଲତାର ଆଗକୁ ମାଡିଯିବାର ରାଗ ଗୋଟେଇ ନେଉଥାଏ ପାଲଟା ଋତୁ।


 ଖରାବେଳ ଟା ଭାରି ଚୁପଚାପ ପୋଖରୀ କୁ ଲାଗି ଧାଡି ଧାଡି ସିଡ଼ି ପରି

ମଝିରେ ମଝିରେ ସିମିଳି ଗଛରୁ ଚଢେଇ ଡାକ ଶୁଣି

ଗାଈ ଗୁହାଳ ରୁ ରହି ରହି ଡାକ ଛାଡେ 

ସ୍ବପ୍ନ ସବୁ ଏକାଠି ହୋଇ ଡେଣା ମେଲାନ୍ତି ପବନ ର ତାଳରେ।


ମୋ ଗାଁକୁ ସଂଜ ଆସେ

ଠିକ ନୂଆ ବୋହୁ ଟେ ପରି

ଅଳ୍ପ କଥା ଅଳ୍ପ ହସ

ଧୀରେ ଧିରେ ଅନ୍ଧାର ଘେରି ଯାଏ 


ତୁଳସୀ ଚୌରାରେ ସଂଜବତୀ ଘଣ୍ଟା ଆଳତି ଖୋଲି ହୋଇଯାଏ ଭାଗବତ ଟୁଙ୍ଗୀ ।


ମୋ ଗାଁ ରେ

ଚାଳ କୁ ଚାଳ ଲାଗି ହୋଇ

ସବୁ ସମ୍ପର୍କ ଯୋଡି ରଖିଥାଏ

ଠିକ ଯେମିତି

ସକାଳର ସୂର୍ଯ୍ୟ ସଜାଡି ଦେଇ ଯାଏ ଫିକା ଫିକା ଅଭାବୀ ମୁହୂର୍ତ୍ତର ଚାବି


ମୋ ଗାଁରେ


କୁଆଁ ତାରା ହସୁଥାଏ କୂଅ ନନ୍ଦରେ

କୁକୁଡ଼ା ଡାକରେ କଡ଼ଲେଉଟା ଏ ତୁଠ ପଥର

ଜ୍ୟେଷ୍ଠ ସକାଳର କିରଣରେ ଆକ୍ତା ମାକ୍ତା ମୋ ଗାଁର ଛବି


ଗାଁ ମୁଣ୍ଡ ବରଗଛ 

ଶୀତୁଆ ସଂଜ ହଉ କି ବୈଶାଖ ଝାଞ୍ଜି

ପାନଖିଆ ପାଟିରେ ଦାସିଆ ଅଜା ନିତି ମାଡିବସେ ତା ଜାଗା

ସଳଖୀ ଯାଇଥିବା ରାସ୍ତାକୁ ଦେଖି ଜୀବନ କୁ ପରଖୁ ଥାଏ।


ମୋ ଗାଁ 


ଆଜି କାଇଁ ଭାରି ମନେ ପଡେ ଗାଁ

ସେ ତୁମର ହଉ କି ଆଉ କାହାର

ଉଦାସୀ ଆଖି ଖୋଜି ବୁଲେ ସେଇ ତାରା ଭର୍ତି ଆକାଶ

ଗାଁ ର ଗହୀରି ଅନ୍ଧାର କୁ ସଜେଇ ହଉଥିବା ଜହ୍ନ ରାତି

ବଉଳ ହେନା ମଲ୍ଲୀ ର ରହି ରହି ବାସ୍ନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍