ମୋ ଗାଁ
ମୋ ଗାଁ
ମୋ ଗାଁ ସୁନ୍ଦର
ସରଗ ର ପୁର
ହଜିଛି କେଉଁଠି ଆଜି ।
ପ୍ରତିଛବି ଖାଲି
ମାନସ ପଟରେ
ରହିଅଛି ସ୍ମୃତି ସାଜି ।
ଭାବନା ରେ ଖୋଜେ
ଅନ୍ତର ମୋ କାନ୍ଦେ
ହେଲେ ମୁଁ ପାଏ ନା ଖୋଜି ।
ଦାଣ୍ଡ ଧୂଳି ଖେଳ
ଆମ୍ବ ତୋଟା ମେଳ
ରଜ ଦୋଳି ଆଉ
କୁଆଁର ପୁନେଇ ର
ବୋହୂ ଚୋରି ଖେଳ
କେତେ ଯେ ଆନନ୍ଦ ଥିଲା ।
ଜାଣୁ ତ ନ ଥିଲୁ
କିଏ ପର କିଏ ନିଜର
ସଭିଏଁ ଥିଲେ ଯେ ଆପଣା ର
ସାହି ପଡିଶା ଏ ଲାଗନ୍ତି ଯେମିତି
ଗୋଟାଏ ପରିବାର ।
ଦାଣ୍ଡ ଚାଳିଆ ଟି ଥିଲା ଯେ
ଆମର ଆଖଡା ଘର
ଲୁଡ଼ ତାସ ଜମି ଯାଏ ଆସର ।
ସଞ୍ଜ ହେଲେ ପୁଣି
ଜେଜେ ମା କୋଳରେ
ଶୁଣୁ ଥିଲି କେତେ କାହାଣୀ ।
ଜେଜେ ବାପା ମୋ
ପାଖରେ ବସାଇ ଶୁଣାନ୍ତି
ଗୀତା ଭାଗବତ ବାଣୀ ।
ଶୀତର ଶୀତଳ
ଫଗୁଣ ର ଦୋଳ
ପ୍ରଜାପତି ଡ଼ିଆ
ମନ ଭୁଲାଣିଆ
ଥିଲା ଟି ଗାଁ ମୋର ।
ଗାଁ ର ମମତା
ଗାଁ ର ସେନେହ
ନାହିଁ ଆଉ କେଉଁ ପୁରେ ।
ଗାଁ ଆଉ ପରା ଗାଁ ହୋଇ ନାହିଁ
ଲୁଚିଛି ସେ ମାଳ ମାଳ କୋଠା ତଳେ
ଚିହ୍ନା ମୁହଁ ସବୁ ଅଚିହ୍ନା ଲାଗନ୍ତି
ନିଜ ଲୋକ ସବୁ ପର ।
ହଜି ଯାଇଛି ତ ମଣିଷ ପଣିଆ
ନାହିଁ ଆତ୍ମୀୟତା
ନାହିଁ ଆଦର
ସମୟ କିରେ ତୁ
ଚୋରେଇ ନେଇ ଛୁ ଗାଁକୁ ମୋର ।
