STORYMIRROR

sudhakar sethi

Others

3  

sudhakar sethi

Others

ମୋ ଗାଁ

ମୋ ଗାଁ

1 min
36


ସପନଭିଜା ଗାଁ 

ଜମ୍ବେଶ୍ୱରପୁର ତା ନାଁ

ତାଳ ତମାଳ ସୁଶୋଭିତା 

ସବୁଜିମା ଭରା ଗାଁ

କି ସୁନ୍ଦର ତାର ନାଁ


ଧାନକ୍ଷେତ ଏଠି ଗାଏ ଗୀତ

ବରଗଛ ଖେଳେ ଦୋଳି

ମାଳ ନଦୀର କୁଳୁକୁଳୁ ସ୍ବରେ

ମନକୁ ଦିଏ ଚହଲି ।


ଜାଗର ଆଉ ଦୋଳ ଯାତରେ

ସଭିଙ୍କର ଥାଏ ଆଖି

ଗାଁଟା ସାରା ମାରନ୍ତି ମଜା

ରାତିରେ ଯାତରା ଦେଖି।


କୁଣିଆ ମଇତ୍ରରେ ପୁରିଉଠେ ଘର

ରଜ ଆଉ ଦିପାଳୀରେ

ଗୁରୁବାର ଓଷା କୁମାରପୁନେଇଁ

ପୁରି ଉଠେ ପିଠା ପଣାରେ ।


ହରିହାଟର ନଗର କୀର୍ତ୍ତନ

ସାରା ଗାଁ ବୁଲୁଥାଏ

ପଣା ସଂକରାନ୍ତି ଗହ୍ମା ପୂନେଇଁରେ

ଦିନ ବିତେ ହରସରେ ।


ଜମ୍ବେଶ୍ୱରନାଥ କୁଳଦେବତା

ମା କାଳିକୁମର ସାହା

ବିପଦେ ଆପଦେ ଡାକିଦେଲେ ଥରେ

ଟେକିଥାନ୍ତି ଚଉବାହା ।


ଜନମି ଏଠି ଧନ୍ୟ ମଣୁଛି

ଜୀବନ ହେଲା ସାର୍ଥକ

ସାଙ୍ଗ ସାଥିମେଳେ ବିତେ ମୋର କାଳ

ସରଗଠୁ ଏ ଅଧିକ।




Rate this content
Log in