STORYMIRROR

Er Subhransu Kumar Behera

Children Stories Classics Children

3  

Er Subhransu Kumar Behera

Children Stories Classics Children

" ମୋ ଗାଁ ଟା ବଦଳି ଗଲାଣି "

" ମୋ ଗାଁ ଟା ବଦଳି ଗଲାଣି "

1 min
202

ରବିବାରଟାରେ ଟିଭି ଦେଖିବା ପାଇଁ କି

କେହି ଏ ଘର ସେ ଘର ହେଉନି ,

ଦିନ ଚାରିଟାରେ ଓଡ଼ିଆ ଫିଲିମିରେ ଶ୍ରଦ୍ଧା

ଆଉ କେବେଠୁ କେଜାଣି ଦିଶୁନି ,

କଳା ଧଳା ଟିଭି ଝିଲି ମିଲି ହେଲେ 

ବାଉଁଶ ଆଣ୍ଟିନା ମୋଡିବାର ବେଳ ଗଲାଣି ,

ମୋ ଗାଁ ଟା ବଦଳି ଗଲାଣି ।


ଘର ବାଡ଼ି ପଛେ ହଳଦୀ ପତର ବାସନା

ଆଉ ମହ ମହ ହୋଇ ବାସୁନି ,

ଜାତି ଜାତି ଫୁଲ ଧାଡ଼ି ଧାଡ଼ି ହୋଇ

କାହିଁକି କେଜାଣି କୁଆଡେ ତ ଆଉ ଦିଶୁନି ,

ପାହାନ୍ତା ପହରୁ ମନ୍ଦାର , ଟଗର ଫୁଲଟିଏ

ଦିଅଁ ପାଇଁ ତୋଳିବାର ଦିନ ଗଲାଣି ,

ମୋ ଗାଁ ଟା ବଦଳି ଗଲାଣି ।


ପୋଖରୀ ତୁଠରେ ଗାଁ ମାଇପିଙ୍କ 

ଭିଡ଼ କାହିଁ ପାଇଁ ଆଉ ଜମୁନି ,

ଇଶାଣ ଘରଠୁ ଇସ୍ରାଏଲ ଯାଏ

ଖବର ଦବର ଚର୍ଚ୍ଚା ଆଉ କାହିଁ ହେଉନି ,

ଗୋଡ଼ ମାଜୁ ମାଜୁ ନାଲି ଅଳତା ରଂଗରେ

ତୁଠ ପଥରଟି ନାଲି ହେବାର ଦିନଟି ଗଲାଣି ,

ମୋ ଗାଁ ଟା ବଦଳି ଗଲାଣି ।


ଗାଁ ଦାଣ୍ଡେ ଠିଆ ଶଗଡ଼ ଗାଡ଼ିରେ 

ଦଣ୍ଡା ଡିଆଁ ଖେଳଟି ତ କାହିଁ ଦିଶୁନି,

ମାଘ ପୂର୍ଣ୍ଣିମାରେ ଅଘି ନିଆଁ ଦର ପୋଡ଼ା ଆଳୁ

କେହି ଆନନ୍ଦ ମନରେ ଖାଉନି ,

ସାଇକେଲ ମୋଡା ଶିଖିଗଲା ପରେ

ଖୁସିରେ ଅଧୀର ହେବାର ଦିନଟି ଗଲାଣି ,

ମୋ ଗାଁ ଟା ବଦଳି ଗଲାଣି ।


ପୁନେଇଁ ପରବ ଯେତେ ଆସିଲେ ବି

ଢ଼ିଙ୍କି ଶାଳ ଶବଦଟି ଆଉ ଶୁଭୁନି ,

ନବ ଜାତ ଶିଶୁ ଏକୋଇଶିଆରେ

ଆଉ ବାଳ ଭୋଗ ବଣ୍ଟା ହେଉନି ,

ବେଲୁନ , କେକ , କ୍ଯାଣ୍ଡେଲ ଆସିବା ଦିନରୁ 

ଉଖୁଡା , କଦଳୀର ଏକସପାରି ଡେଟ୍ ହେଲାଣି ,

ମୋ ଗାଁ ଟା ବଦଳି ଗଲାଣି ।

                                  

              


Rate this content
Log in