STORYMIRROR

Sanuja Meghamala

Others

3  

Sanuja Meghamala

Others

ମୋ ଗାଁ ସ୍ମୃତି

ମୋ ଗାଁ ସ୍ମୃତି

1 min
166


ଗାଆଁଟି ମୋର ଅତି ନିଜର

ଆଖିରେ ଯାଏ ଭାସି

ମୋ ପିଲାଦିନ ପୁରୁଣା ସ୍ମୃତି

ଭାବୁଚି ମନେ ବସି।

  

ପୂର୍ବ ଆକାଶେ ନାଲି ସୁରୁଜ

ଯେବେ ଆସଇ ଉଇଁ

ଚଳ ଚଞ୍ଚଳ ସାରା ଗାଆଁ ଟା

 ଆପଣା ଭାଵ ନେଇ ।


ମନ୍ଦିର ଘଣ୍ଟ  ଶବଦ୍ ଶୁଣି

ଭିଡ଼ ଲାଗଇ ଯେବେ

ପୂଜା ଆଳତି ମଙ୍ଗଳ ମନ୍ତ୍ରେ

  ଚଳ ଚଞ୍ଚଳ ସର୍ବେ ।


ସବୁଜ ବିଲେ ଲହରୀ ଭାଙ୍ଗେ

ସୁନା ଫସଲ ଯେତେ

ମନ ହରଷେ ଚାଷୀ ଭାଇ ର

  ସଂଜ ସକାଳ ବିତେ ।


ପାଚିଲା ଧାନ  ବିଲକୁ ଥରେ

ଯେବେ ଦେଖଇ ଚାଷୀ

ପରିଶ୍ରମ ତା ସାର୍ଥକ ହେଲା

  ଆନନ୍ଦେ ଦିଏ ହସି ।


ବାଡି ବଗିଚା  ତୋଟା ବଣରେ

ଭଳି କି ଭଳି ଫଳ

କଇଁ ପଦ୍ମ ରେ ଭରି ଉଠଇ

ନଈ ଗାଡିଆ ଜଳ ।


କିଆ କେତକୀ ବଉଳ ଫୁଲେ

ମୋ ଗାଁ ନିତି ହସେ

ବନ୍ଦ ଆଖିରେ ସେ ସବୁ ସ୍ମୃତି

 ଚିତ୍ର ଟେ ପରି ଦିଶେ।


ସଂଜ ନଇଁଲେ କଳା ଅନ୍ଧାର

ଗାଆଁ କୁ ଛୁଇଁ ଯାଏ

ଗ୍ରାମ ବଧୂଟି ଚଉରା ମୂଳେ

ଦୀପଟେ ଜାଳି ଦିଏ ।


ଠାକୁର ଘରେ  ସଙ୍କୀର୍ତ୍ତନ ଓ

ପୁରାଣ ପାଠ ହୁଏ

ହରି ଶବଦ ଚଉଦିଗ ରେ

  ପ୍ରଶାନ୍ତି ଭରି ଦିଏ ।


 ମୋ ଗ୍ରାମବାସୀ ଭାରି ତ ଭଲ

କେ ହେବ ତାଙ୍କ ସରି

ସ୍ନେହ ସରାଗେ ବାନ୍ଧି ରଖନ୍ତି

   ପରକୁ ନିଜ ପରି ।


 ଗାଆଁର ସ୍ମୃତି ମଧୁର ଅତି

ପାରେନି ତାକୁ ଭୂଲି

ରହିଲେ ଯେତେ ତା ଠାରୁ ଦୂରେ

ପାଖ ସେ ଲାଗେ ଅତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍