ମୋ ଗାଁ କଥା
ମୋ ଗାଁ କଥା
କେଡେ ସୁନ୍ଦର ଗାଁ ଟି ମୋର ଅପରୂପା ଅତୁଳନୀୟା ସେ ଓ ତା କଥା ,
ସବୁଜ କ୍ଷେତ ଶ୍ୟାମଳ ବନ ଶାଢ଼ୀକୁ ପିନ୍ଧି ହୁଏ ସେ ସୁସଜ୍ଜିତା ।।
ସକାଳ ହୋଇ ରବି ଦିଶିଲେ ଗାଁ ଠାକୁରାଣୀଙ୍କ ଶୁଭେ ଆଳତୀଘଣ୍ଟି ଓ ମାର୍ଜନା,
ସୁରୁଜଙ୍କୁ ଲୁଚି ଗାଁ ଭୁଆଶୁଣି ରାତି ଘଡ଼ିଏ ଥାଏ ନଈରେ ଦିଏବୁଡ଼ ସେଇ ତ ଆର୍ଯ୍ୟ ମର୍ଯ୍ୟାଦା ଓ ପରମ୍ପରାର ନାଁ ।।
ଏଠି ସନ୍ଧ୍ୟା ଆସିକି ପଣତ ଟାଣେ କଦମ୍ବ ମହକେ ,
ଚିକିଚିକିଆ ଲାଇଟ ଲିଭେଇ ପାରିନି ଡିବିରିକୁ ଏବେ ଲଣ୍ଠନ ବି ତା ମିଞ୍ଜିମିଞ୍ଜିରେ ଦଣ୍ଡାୟମାନ ରହେ ।।
ଶାଶୁ ବୋହୁ ଝଗଡା ଧାରାବାହିକ ଉଭେଇ ନେଇନି କୂଳ ଭୁଆସୁଣିର ସଞ୍ଜବତୀ ଚଉରା ମୂଳେ ,
ସଞ୍ଜ ଆସିଲେ ଭାଗବତ ଟୁଙ୍ଗିରେ ଖଞ୍ଜଣି ବାଜି ଭାଗବତ ବୋଲା ଚାଲେ ।।
ଆସିଲେ ରଜ ପଡଇ ମନେ ପୋଡ଼ ପିଠା କୁ ଆମ୍ବତୋଟା ଦୋଳି ଖେଳ,
ପୁଣିବସନ୍ତର ଅବିର ଖେଳ ଆଉ ମେଳଣ ପଞ୍ଚୁ ଦୋଳ ।।
ଭାଇ ବନ୍ଧୁର ପ୍ରେମର ଡୋରି ବାନ୍ଧି ରଖିଛି ମନ ,
ଚାଷୀ ହେଉ କି ମୂଲିଆ ହେଉ ଭାଇଚାରା ଆମର ଗାଁ ପୁରୁଷୋତ୍ତମ ପୁରରେ ମହାନ ।।
ଗ୍ରାମ ଦେବତୀ ଆସ୍ଥାନ ଉପରେ ପକେଇଦେଲେ ଆଖି ,
ଭକ୍ତିଭରେ ମଥା ନୁଆଇଁ ନୟନ ଯିବ ଲାଖି ।।
ଯେଉଁଠି ଥାଇ ମା ଦୁଲଣି ବୋଲି ଦେଲେ ଡାକି,
ଉଭାଇ ଯିବ ସବୁ ବିପଦ ହେଉ ସେ ଯେତେ ମହାପାପୀ ।।
ଗୋଧୂଳି ବେଳେ ନଇଁ କୂଳେ ପଶ୍ଚିମେ ବୁଡ଼େ ରବି ଆହା କି ଶୋଭା ବର୍ଣ୍ଣନେ ନାହିଁ ମୋ ଠି କଥା ,
କେନ୍ଦ୍ରାପଡା ଉପକଣ୍ଠରେ କେଡେ ସୁନ୍ଦର ଗାଁ ଟି ମୋର ଅଭୁଲା ତାର ସେ ଗାଥା ।।
