STORYMIRROR

Narendra Sahu

Others

3  

Narendra Sahu

Others

ମୋ ଗାଆଁର ଜହ୍ନ

ମୋ ଗାଆଁର ଜହ୍ନ

1 min
9.6K



ଗାଆଁଟି ମୋହର ସତେ ସ୍ୱର୍ଗ ପୁର

ଅଭୂଲା ଯେ ତାର ସ୍ମୃତି,

ନିଦାଘ ଖରାକି ମୂଷଳ ବରଷା

ଅବା ତାର ଶୀତ ରାତି।


ସେ ସବୁ ସ୍ମୃତିକୁ ସାଉଁଟି ମନକୁ

କାଟିଅଛି ପିଲାଦିନ,

ସୌନ୍ଦର୍ଯ୍ଯରେ ତାର ନାହିଁ ପଟ୍ଟାନ୍ତର

ସତେ ତାର ଅମା ଜହ୍ନ।


ନୂଆ ବୋହୂ ଭଳି ଖେଳେ ଲୁଚକାଳି

ଲାଜେଇ କୁଆଁରୀ ଜହ୍ନ,

ଜୋଛନାରେ ତାର କରେ ଆପଣାର

ଅସ୍ଥିର ହେଲେ ଏ ମନ।


ତୋଫା କିରଣରେ ମନ ସେହି ହରେ

ରାସ୍ତା ଘାଟ ବିଲ ବନେ

ମାଦକତା ଢାଳେ ନୟନ ଯୁଗଳେ

ଶିହରଣ ଉଠେ ମନେ।


ଲାଜର ଓଢଣା ଜହ୍ନର ଜୋଛନା

ଲାଜକୁଳି ଲତା ପରି,

ଗାଆଁ ଦାଣ୍ଡ କୋଣେ ଜ୍ଯୋତ୍ସ୍ନା ଯେବେ ବୁଣେ

ହେବ କିଏ ତାର ସରି।


ପୁନେଇଁ ଫେରିଲେ ସିଏ ଧୀରେ ଚାଲେ

ଶାଶୁଘର ବୋହୂ ସତେ,

ପୂଜା ପରବରେ ସେହି ପୁଣି ଫେରେ

ତାର ସେହି ଚଲା ପଥେ।


ନିରିମାଖି ଭଳି ଲୁହ ଦିଏ ଢାଳି

ଲୁଚିଗଲେ ମେଘ ବୁକେ,

ଫେରିବାକୁ କହେ ଅତିଥି ପରାଏ

କହିଦେଲା ମନ ଦୁଃଖେ।


ଗାଆଁ ଜହ୍ନ ମୋର ସାଥୀ ଚିର କାଳ

ଦୁଃଖେ ଅବା ସୁଖେ ସିଏ,

ତାର ଆବିର୍ଭାବ ମନ କିଣିନେବ

ଦେଖିଲେ ବି ଯେତେ ଯିଏ।


©ନରେନ୍ଦ୍ର ସାହୁ,ଡଭାର,ଗଂଜାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍