Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Santosh Kumar Nayak

Children Stories Inspirational Children

3  

Santosh Kumar Nayak

Children Stories Inspirational Children

ମୋ ଗାଆଁ

ମୋ ଗାଆଁ

1 min
254



   ଛୋଟିଆ ମୋର ଗାଆଁ

   ଛୋଟିଆ ମୋର ଗାଆଁ

ଗୀତ ଧାଡ଼ିରେ     ଗପ ବହିରେ

   ନାହିଁ ତାହାରି ନାଆଁ 

   ଛୋଟିଆ ମୋର ଗାଆଁ । ( ଘୋଷା)


ସକାଳ ହେଲେ    ରବି ଉଇଁଲେ

   ହସେ ମୋ ଗାଆଁ ମାଟି,

ସଞ୍ଜ ନଇଁଲେ     ଚଉଁରା ମୂଳେ

    ଜଳଇ ସଞ୍ଜବତୀ

କଳା ଠାକୁର      ସାହା ଆମର

    ଆସୁ ବତାସ ବାଆ ।

    ଛୋଟିଆ ମୋର ଗାଆଁ । ( ଘୋଷା)


ଓଢ଼ଣା ଟାଣି    ଗାଆଁ ରମଣୀ

    ନଇଁ ନଇଁକା ଚାଲେ,

କାଳି ଅନ୍ଧାରେ   ନଈ ତୁଠରେ

    ହଳଦୀ ମାଖେ ଗାଲେ

ଗାଧୁଆ ସାରି     ମୁଣ୍ଡିଆ ମାରି

    ସଭିଙ୍କୁ ଦିଏ ଚାହା ।

    ଛୋଟିଆ ମୋର ଗାଆଁ । ( ଘୋଷା )


ଭାରି ବଳୁଆ     ଗାଆଁ ଭେଣ୍ଡିଆ

    ଶାଗ ପଖାଳ ଖାଇ,

ଲଙ୍ଗଳ ଧରେ    ହଳ ସେ କରେ

    ଧାନ କ୍ଷେତକୁ ଯାଇ

ସୁନା ଫସଲ     କେଡେ ଡଉଲ

    ଫୁଲି ଉଠେ ତା ହିଆ ।

    ଛୋଟିଆ ମୋର ଗାଆଁ । ( ଘୋଷା )


ମୋ ଗାଆଁ ପିଲା    ବଡ଼ ଚଗଲା

    ଧୂଳି ମାଟିରେ ଖେଳେ,

ଗୁଡ଼ି ଉଡ଼ାଏ      ଆମ୍ବ ଝଡାଏ

    ସାଥି ପିଲାଙ୍କ ମେଳେ

ଡରେ ସେ ଦେଖି  ବାପାଙ୍କ ଆଖି

    ଘୋଷଇ ପଣିକିଆ ।

    ଛୋଟିଆ ମୋର ଗାଆଁ । ( ଘୋଷା)


କରିମ୍ ଚାଚା     ରଘୁ ମଉସା

   ସଭିଏଁ ଭାଇ ଭାଇ,

ଜାତି ଧରମ     ବାଛ ବିଚାର

   ଆମ ଗାଆଁରେ ନାହିଁ

ଖୁସି ମନରେ    ପାଳୁ ଆମେରେ

    ଇଦ୍ ଓ ଦଶହରା ।

    ଛୋଟିଆ ମୋର ଗାଆଁ । ( ଘୋଷା)


   ଛୋଟିଆ ମୋର ଗାଆଁ

ଗୀତ ଧାଡ଼ିରେ     ଗପ ବହିରେ

   ନାହିଁ ତାହାରି ନାଆଁ 

   ଛୋଟିଆ ମୋର ଗାଆଁ ।( ଘୋଷା)



Rate this content
Log in