STORYMIRROR

Raja Sekhar CH V

Others

3  

Raja Sekhar CH V

Others

ମୋ ଗାଆଁ ହଂସପାଳ

ମୋ ଗାଆଁ ହଂସପାଳ

1 min
9.4K


ମୋ ଗାଆଁର ନାମ ହଂସପାଳ,

ସୁନ୍ଦର ଦିଶେ ଏଇଠି ସଞ୍ଜ ସକାଳ,

ରସଗୁଲା ଚାଖିବାକୁ ମନ ହେବ ଯଦି ବ୍ୟାକୁଳ,

ଚଞ୍ଚଳ ପହଞ୍ଚି ପାରିବ ପାଖ ଗାଆଁ ପାହାଳ |୧|

ଆସ ବୁଲି ଯିବା ବାଲିଅନ୍ତା ହାଟ,

ଭୁଲିବା ନି କେବେ କାଦୁଅ ହେଲେ ବି ବାଟ,

ହେବ ବିଭିନ୍ନ ଗାଁ ବାସିନ୍ଦାଙ୍କ ସହ ଭେଟ,

ଚାଲି ଥାଏ ଏଇଠି ଗ୍ରାମ୍ୟ ଜୀବନ ର ଅସଲ ନାଟ |୨|

ଶତାବ୍ଦୀ ପୁରାତନ ମନ୍ଦିରରେ ବିରାଜିତ ଶ୍ରୀ ଶ୍ରୀ ନିକୁଞ୍ଜବିହାରୀ,

ଆକୃଷ୍ଟ ଯେ ଜନାର୍ଦ୍ଦନଙ୍କ ପ୍ରତିମା ସହ ଗୋବର୍ଦ୍ଧନ ଗିରି ,

କଳାମାଣିକଙ୍କ ନାମ ସଙ୍କୀର୍ତ୍ତନ ପାଇଁ ସୁପ୍ରସିଦ୍ଧ ଯେ ଅଷ୍ଟପ୍ରହରୀ,

ଭକ୍ତି ଭାବନା ରୁ ଉପକ୍ରମ ହୁଏ ଜନମାନସ ରେ ସାନନ୍ଦ ଲହରୀ |୩|

କଳକଳ ଜଳ ପ୍ରବାହ ରେ ପ୍ରମୋଦିତ ହୁଏ ପରିମଳ ପୁରୀ ନାଳ,

ଯାହାର ତୀରେ ଅବସ୍ଥିତ ଅଛନ୍ତି ମାଁ ତାରିଣୀ ମହାବୀର ହନୁମାନଙ୍କ ଦେଉଳ,

ପ୍ରଫୁଲ୍ଲିତ ପୁଲକିତ ପ୍ରଭାତ କୁସୁମ ଦିଶନ୍ତି ବହୁ ବିମଳ,

ନିଜ ଗ୍ରାମ ପ୍ରତି ମୋ ସ୍ନେହ ଶ୍ରଦ୍ଧା ସଦା ସବଳ |୪|

ଧାରାବାହିନୀ ଯେ ଆମ ଗାଆଁର କୁଆଖାଇ ନଈ,

ପାଣି ନେଇ ପଲ୍ଲୀ ସ୍ତ୍ରୀ ଚାଲନ୍ତି ଜାନପଦ ପଦ୍ୟ ଗାଇ  ଗାଇ,

ନଦୀ ତଟ ପାଖରେ ରହୁଛନ୍ତି ମୋ ଜେଜେମା ଜେଜେ ଅଜା ଆଈ,

କେତେ ଆନନ୍ଦ ଦିଏ ତାଙ୍କ ବାଟିକା ଛାୟା ତରୁଙ୍କ ଛାଇଛାଇ |୫|

ଆମ୍ବ ଗଛରୁ ଶୁଭେ ଯେ ପଲ୍ଲୀ କୋଇଲି ର କାକଳି,

ପଲ୍ଲୀଵାଳା ବାଳକଙ୍କ ର ଥାଏ ବିଦ୍ୟାଳୟରେ ଗହଳି,

ଆମ ପଲ୍ଲୀବାସୀଙ୍କ  ମନୋବୃତ୍ତି ରେ ନାହିଁ କୌଣସି ମଳି,

ଏହି ପ୍ରୀତିକର ପରିବେଶକୁ ରଖିବାକୁ ହେବ ସମ୍ଭାଳି |୬|

ଛୋଟ ମୋର ଯେ ପରିଚ୍ଛନ୍ନ ପଲ୍ଲୀ ଟି ,

ଭୁଲି ହୁଏନି ଯାହାର ମନୋରମ ମାଟି,

ସାଙ୍ଗ ସମୂହ ଖେଳନ୍ତି ଲୁଚକାଳି ବାଟି,

ମନେ ପଡ଼େ ବରଗଛ ଛାଇ ତଳେ ଖାରବେଳର ଖଟି |୭|

ବହୁତ ଭଲ ଲାଗେ ନିଜ ହଂସପାଳ ଗାଆଁର ଭ୍ରମଣ,

ହେଲା କିଛି ସମୟ ପାଇଁ ମାନସିକ ଚାପର ନିବାରଣ,

ପୁନଃ ହେଲା ବନ୍ଧୁ ବାନ୍ଧବଙ୍କ ସହ ସମ୍ଭାଷଣ,

ମନ ରେ ବିଦ୍ୟମାନ ରହୁ ଶ୍ରୀନାଥଙ୍କ ଶ୍ରୀଚରଣ |୮|

ରଚ଼ନା : ଶ୍ରୀ ରାଜଶେଖର ସି 'ଚିମା'


Rate this content
Log in