STORYMIRROR

Sanjukta Padhi

Others

3  

Sanjukta Padhi

Others

ମୋ ବୋଉ

ମୋ ବୋଉ

1 min
237

     

ବୋଉଲୋ ତୁ ସଜନା ଗଛ

ସଜନା ପରି ତୁ କେତେ ଉଶ୍ୱାସ

ଦୁର୍ବଳ ଅଣ୍ଟାରେ ଠିଆ ହୋଇ ତୁ

କଙ୍କାଳ ଦେହରେ ଦମ୍ଭ ଧରିଲୁ ।


 ତୋ ଜୀର୍ଣ୍ଣ ଶୀର୍ଣ୍ଣ କ୍ଲୀଷ୍ଟ ଶରୀର      

କେତେ ଯନ୍ତ୍ରଣା ସହି ନ ପାରେ

ଝଡ ତୋଫାନ ସୂରୁଜ ଗ୍ରାସ

ସବୁରି ଭିତରେ ଫୁଟାଇ ହସ।

     କେତେ ମନଛୁଆଁ କଅଁଳ ସ୍ପର୍ଶ

      ସତରେ ବୋଉ ତୁ ଭାରି ସରସ

   ‌    ସଂସାରେ ଯେତେ ସମ୍ପର୍କ ଅଛି

       ତୋ ଠାରୁ କିଏ ବଡ଼ ହୋଇଛି ।

 ଗଗନ ଟଳେ କି ମେଦିନୀ କମ୍ପେ

ତୋ ଚଲାପଥରେ କାଶତଣ୍ଡୀ ଖେଳେ

ଗଭାରେ ତୋ ଅଧା ଜହ୍ନ ହସ

ଆକାଶର ଅସ୍ତିତ୍ୱ ଧରାରେ

ଖାଲି ତୋ ଉପସ୍ଥିତିରେ

ତୋ ଯିବା ପରେ...

ଶୂନ୍ୟ ମଣ୍ଡଳରେ ବି

ମାଡ଼ି ମାଡ଼ି ଉଈ ଚରେ 

   ଆଜି ତୁ ସଜ ସ୍ୱପ୍ନ

   କାନ୍ଥ ଟଙ୍ଗା ରଙ୍ଗୀନ୍ ଛବି

   ସୂକ୍ଷ୍ମ ଶରୀରରେ ରହି

  ହସି ଦେଉଛୁ ତଥାପି।।

ତୋ ସ୍ଥୁଳ ସୂକ୍ଷ୍ମ କାରଣ

ମୋ ପାଇଁ ସବୁ ଅକାରଣ

ହୃଦୟରେ ମୋର ଉପସ୍ଥିତି

ରହୁ କେବଳ ତୋ ପାଦପଦ୍ମ ।।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍