STORYMIRROR

Monalisha Panda

Others

3  

Monalisha Panda

Others

ମୋ ଅନୁଭୂତି

ମୋ ଅନୁଭୂତି

1 min
240

ଜୀବନ ବାଟରେ ସଭିଏଁ ବାଟୋଇ 

ସଭିଏଁ ଜିଇଛନ୍ତି ହସ ଲୁହକୁ ମିଶାଇ ।।


ପ୍ରତିଟି କ୍ଷଣେ ଆମେ କରୁ କିଛି ଅନୁଭୂତି

ସେ ଅନୁଭୂତିର ନାହିଁ କେବେ ଇତି ।।


ସାଇତି ଥିବା ସେମିତି କିଛି ଅନୁଭୂତିକୁ

ଯାଉଛି ଆଜି ତୁମ ସହ ବାଣ୍ଟିବାକୁ ।।


ନବମ ଶ୍ରେଣୀର କଥାଟିଏ 

ସ୍ମୃତି ପ୍ରଚ୍ଛଦରେ ଅଛି ଆଜି ଯାଏଁ ।।


ସାଙ୍ଗ ସାଥି ମେଳେ ପଣ୍ଡିଚେରୀ ଯିବା 

ଲାଗୁଥିଲା ଭାରି ମନଲୋଭା ।।


ସଭିଏଁ ବସି ଟ୍ରେନରେ ଯାତ୍ରା କଲୁ ପଣ୍ଡିଚେରୀ ଅଭିମୁଖେ 

ସେ ସମୟର ଖୁସି ଝରି ପଡୁଥିଲା ସଭିଙ୍କ ମୁଖେ ।।


ମନରେ ଥିଲା ଆନନ୍ଦ ଉଲ୍ଲାସ 

ପଣ୍ଡିଚେରୀ ଯିବାର ସ୍ୱପ୍ନ ଓ ଅଭିଳାଷ ।। 


ଟ୍ରେନ୍ ଗଡିଲା , ଅନ୍ତାକ୍ଷରୀ ଆରମ୍ଭ ହେଲା 

ସାଙ୍ଗ ସାଥି ନୁହେଁ ସତେ ପରିବାର ପରି ଲାଗୁଥିଲା ।।


ଦୁଇ ଦିନର ସେ ଯାତ୍ରା ଥିଲା 

ବହୁ ମଜା ମସ୍ତି ହେଉଥିଲା ।।


ପଖାଳ ଭାତକୁ ଆଳୁ ଚକଟା ବଡ଼ିଚୁରା

ପଣ୍ଡିଚେରୀ ଯାତ୍ରାକୁ କରିଥିଲା ନିଆରା ।।


ହସ ଖୁସି ମଜା କରି ଟ୍ରେନ୍ ପହଞ୍ଚିଲା 

ଗନ୍ତବ୍ୟ ସ୍ଥଳ ଦେଖି ମୋ ଆଖି ଲାଖିଗଲା ।।


ମିଳିମିଶି ସଭିଏଁ ଖୁବ୍ ମଜା ମସ୍ତି କଲୁ 

ଘରକୁ ଫେରିବା ସମୟରେ ଉପସ୍ଥିତ ହେଲୁ ।।


 ଦଶ ଦିନର ରହଣି କାଳରେ 

ନୂଆ କଥା ଶିଖିବାର ଅନୁଭୂତି ହେଲାରେ ।।


ସମ୍ପୂର୍ଣ୍ଣ ବର୍ଣ୍ଣନା ନୁହେଁ ଯେ ସମ୍ଭବ 

ପଣ୍ଡିଚେରୀ ଯାତ୍ରାକୁ କରିଥିଲି ମୁଁ ଉପଭୋଗ ।।


ଅଭୁଲା ଏ ପଣ୍ଡିଚେରୀ ଅନୁଭୂତି 

ଛାତି ତଳେ ମୋର ସଦା ରଖିଛି ସାଇତି ।।


Rate this content
Log in