STORYMIRROR

Paramita Sarangi

Others

4  

Paramita Sarangi

Others

ମନ୍ତ୍ର

ମନ୍ତ୍ର

1 min
195

କିଛି ଗୋଟେ ଲେଖିବାକୁ ଚାହୁଁଥିଲା ପାରମିତା

ତୁମ ପରି

ବୋଧହୁଏ ତୁମ ଅଂଶ ବୋଲି

କିଛି ଗୋଟେ ନୁଆ କବିତା

ତୁମକୁ ମାଗୁଥିଲା

ଭିତରର ଅନ୍ଧକାରରେ ।

କିଛି ଖୋଜୁ ଖୋଜୁ , ପହଞ୍ଚି ଗଲା

କେଉଁ ଏକ ଅଜଣା ବସ୍ତିରେ

ଯେଉଁଠି ବିଛାଡି ହୋଇ ପଡ଼ିଥିଲା

ମୁଠାଏ ନିଃଶବ୍ଦତା ।


କିଛି ମଧୂର ଧ୍ବନିର ଖୋଜାଣ

ବସନ୍ତ ଦୂତର

ସୁକ୍ଷ୍ମ ଗୁଞ୍ଜନର ଢେ଼ଉ ସହ ପୁଲକ

ନୂଆ ରଚନାର

ସୁନା ହରିଣ ଶବ୍ଦ ଗୁଡିକ

ସଜ୍ଞାଶୂନ୍ୟ ପରି ଦଉଡୁ ଥିଲେ

ସେ ବି ଥିଲା ତାଙ୍କ ପଛରେ

ବ୍ୟସ୍ତତାର କ୍ଷତ ବିକ୍ଷତ

ସ୍ବୀକାରୋକ୍ତି।


କେତେ ଗୁଡିଏ ଶବ୍ଦକୁ

ଧରି ପାରିବାର ସ୍ଥିରତା ସହ ନେଇ ଆସିଲା

ପାରମିତା, ତୁମ ପାଖକୁ

ଚାହୁଁ ଚାହୁଁ ସେ ଶବ୍ଦ ଗୁଡିକ

ଆଉ ଶବ୍ଦ ହୋଇ ନ ଥିଲେ

ପାଲଟି ଯାଇଥିଲେ ମନ୍ତ୍ରରେ

ହୁଏତ ତୁମେ ଛୁଇଁ ଦେଲା ପରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍