STORYMIRROR

T.Durga Prasad Rao

Others

3  

T.Durga Prasad Rao

Others

ମନସା

ମନସା

1 min
27.3K




ଆଚ୍ଛା! ଧରିନିଅ ତୁମେ ଗୋଟିଏ ନଈ

ମୁଁ ଯଦି ତୁମ କୂଳ ପାଲଟିଯାଏ

କେମିତି ହୁଅନ୍ତା!!!

ତୁମେ ଯେତେ ଯେତେ ଅହଂ ଅଭିମାନରେ ଫୁଲି ଉଠୁଥାନ୍ତ

ସେତିକି ମୋର ପାଦ ସ୍ପର୍ଶ କରୁଥାନ୍ତ

ମୋର ଅଙ୍କେ ବିରାଜି ମୋତେ ଉତ୍ଫୁଲିତ କରୁଥାନ୍ତ


ଆଚ୍ଛା! ଧରିନିଅ ତୁମେ ଜହ୍ନ

ଆଉ ମୁଁ ଖଣ୍ଡେ ଭସା ବାଦଲ

କେମିତି ହୁଅନ୍ତା!!!

ତୁମେ ଯେତେ ଯେତେ ପୂର୍ଣ୍ଣତା ପ୍ରାପ୍ତିରେ ଫୁଲି ଉଠୁଥାନ୍ତ

ସେତିକି ତୁମକୁ ମୋ ବାହୁପାଶରେ ଜଡ଼ାଇ ଧରିଥାନ୍ତି

ମୁଁ ସେତିକି ତୁମକୁ ମୋ ଅଙ୍ଗ ଉତ୍ତରୀୟରେ ଲୁଚାଇ ଦିଅନ୍ତି


ଆଚ୍ଛା! ଧରିନିଅ ତୁମେ ଷୋରିଷ କ୍ଷେତଟିଏ

ଆଉ ମୁଁ ଖଣ୍ଡେ ବେପରୁଆ ବାଆ

କେମିତି ହୁଅନ୍ତା!!!

ତୁମେ ଯେତେ ଯେତେ ତୁମର ଶୋଭା ପ୍ରକଟି ଫୁଲେଇ ହେଉଥାନ୍ତ

ତୁମ କାନରେ ମୁଁ ମିଳନ ସଙ୍ଗୀତ ଗାଇ

ସେତିକି ତୁମକୁ ଅଣାୟତ କରି ମଜା ନେଉଥାନ୍ତି


ଆଚ୍ଛା! ଧରିନିଅ ତୁମେ ରାତିଟିଏ

ଆଉ ମୁଁ ପ୍ରୀତି ଭରା ସ୍ଵପ୍ନ

କେମିତି ହୁଅନ୍ତା!!!

ତୁମେ ଯେତେ ଯେତେ ପ୍ରହରର ଡେଣା ମେଲାଉଥାନ୍ତ

ତୁମ ଆଖିରେ ମୁଁ ଢ଼ାଳି ଦିଅନ୍ତି ଅସରନ୍ତି ମିଠା ମିଠା ସ୍ପର୍ଶ

ପ୍ରେମର ସାଗରରେ କରୁଥାନ୍ତି ପୁରା ରାତି ଉବୁଟୁବୁ


ଟି.ଦୁର୍ଗା ପ୍ରସାଦ ରାଓ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍