STORYMIRROR

Ramesh takri

Others

3  

Ramesh takri

Others

ମନରେ ଆସୁ ମୋ ଶୁଦ୍ଧ ଭାବନା

ମନରେ ଆସୁ ମୋ ଶୁଦ୍ଧ ଭାବନା

1 min
187

ଏମିତି ଚେତନା     ବିଶୁଦ୍ଧ ଭାବନା

     ଦିଅ ପ୍ରଭୁ ମୋର ମନେ

ପର ଉପକାର     କରି ନିରନ୍ତର

     ସୁଖ ଦେବି ପ୍ରତି ପ୍ରାଣେ।୦।


ଦେହ ମନ ପ୍ରାଣ     ପବିତ୍ର କରିଣ

     କରିବି ଏଭଳି କାମ

ଛାଡ଼ି ନିଜ ସ୍ୱାର୍ଥ     କରି ଜନ ହିତ

     ରଖିବି ଜାତିର ନାମ

ଦାନ ଧର୍ମ ସେବା     ହେବ ମନ ଲୋଭା

     କେବଳ ତୁମରି ଦାନେ ।୧।


ଭୁଲି ଜାତି ଧର୍ମ     କରି ସେବା କର୍ମ

     ହୋଇବି ନିଜେ ସେବକ

ସୁଖର କାରଣ     ହେବି ପ୍ରତିକ୍ଷଣ

      ନ ହୋଇ ଦୁଃଖ ଦାୟକ

 ଅନେକ ସୁଗୁଣ     ହେଉ ପରିପୂର୍ଣ୍ଣ

     କେବଳ ତୁମରି ଦାନେ ।୨।


ଦେଖିବି ସପନ     ନୂତନ ଜୀବନ

     କରି ତୁମକୁ ଭରସା

ହୃଦୟ ମୋହର     କର ପରିଷ୍କାର

     ନ ଲିଭୁ ମନର ଆଶା

ଅନ୍ୟର ହୃଦୟ     ଜିଣିବି ନିଶ୍ଚୟ

     ରହିବି ତାଙ୍କର ମନେ ।୩।

      

   


Rate this content
Log in