Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandrakanta Jena

Others

3.4  

Chandrakanta Jena

Others

ମନର ଅକୁହା କଥା

ମନର ଅକୁହା କଥା

1 min
277


ଛାତି ତଳ ମୋର ଜଳିଜଳି ଯାଏ

    ମନର ବଢ଼ଇ ବ୍ୟଥା

କହିବାର ଅଛି କେତେ କଥା ମୋର

    ମନର ଅକୁହା କଥା    ॥


ସଞ୍ଜ ନଇଁ ଗଲେ ବେଶି ମନେପଡେ

    ଅଭୁଲା ଅତୀତମୋର  

ଲୁଚାଇ 'ମୁଁ ମୁହଁ ପୋଛୁଥା ଏ ଲୁହ  

    ଲୁଚେନା ଆଖିର ନୀର    ॥


ମନେପଡ଼େ ବେଶୀ ବୋଉର ମମତା  

   ବାପାଙ୍କର ଆଖି ଦେଖା 

ହଜିଛି ସେ ଦିନ ସମୟ ସ୍ରୋତରେ  

   ଏବେ ଖୋଜୁ ହୁଏ ଏକା   ॥

   

ପୂରୁବ ଦିଗରେ ସିନ୍ଦୂରା ଫାଟିଲେ

   ଫାଟେ ଏ ହୃଦୟ ମୋର

ମନେ ପଡିଯାଏ ବୋଉର ଡାକ ମୋ

    ଧନ ହୋଇଲା ସକାଳ     ॥


ବୁକୁ ଥରେ ମୋର ହୃଦୟ ବିଦାରି

   ହୋଇଲେ ଖାଇବା ବେଳ  

ଖାଇବା ଥାଳିରେ ଦିଶେ ବୋଉ ମୁହଁ

   ଡାକ ଶୁଭେ ବାପାଙ୍କର     ॥

   

ଚାହିଁ ରହିଥାଏ ବାଟକୁ ମୋହର  

 ଫେରିବାରେ ହେଲେ ଡେରି

￶ଆଉ କେ ଚାହିଁବ ବାଟକୁ ମୋହର

   ହେଉଛି ତୁମକୁ ଝୁରି      ॥


ଫେରିଗଲୁ ତୁହି ଅଫେରା ବାଟରେ  

   ଆଉ ହେବ ନାହିଁ ଦେଖା

ଏଇ ମୋର ଦୁଃଖ କିଏ ସେ ବୁଝିବ

   ମୋ ମନ ଅକୁହା କଥା     ||



Rate this content
Log in