ମଣିଷପଣିଆ
ମଣିଷପଣିଆ
ଲୁଚିରହିଥାଏ ମଣିଷ ପଣିଆ
ଆପଣାର କରିବାକୁ
ଶତୃର ମୁଖରେ ଦେଇପାରେ ଯିଏ
ଆହାର ସେ ଖାଇବାକୁ।
ଭାବେନାହିଁ କେବେ ଆପଣା ଓ ପର
ଜୀବନ ସେ ଦେଇପାରେ
ମାନବିକତାର ପରିଚୟ ପାଇଁ
ଲାଳାୟିତ ନୁହେଁ ତାରେ।
ସର୍ବଜନ ପାଇଁ କାନ୍ଦେ ତା ପରାଣ
ଦୁଃଖ କରେ ବାରବାର
ଆସୁ ଝଡଝଞ୍ଜା ବାଆ ବତାସ ଯେ
ଖାତିର ନଥାଏ ତାର।
ମାନବିକତାର ଡେଙ୍ଗୁରା ପିଟିବା
ମଣେ ନାହିଁ ସେ ଉଚିତ
ନିଜ ମନ କଥା ମାନି ସେ ଚାଲଇ
ଏତିକି ଅଟଇ ସତ।
ଗ୍ରଷମ ତାପରେ ଜଳେ ଯେବେ ମହୀ
ତରଳେ ବିହି ହୃଦୟ
ବରଷାକୁ ଭେଜି ଶୀତଳ ଚନ୍ଦନ
ଲେପିଯାଏ ଏକ ଲୟେ।
ତାଠାରୁ ଆମକୁ ଶିଖୀବାକୁ ହେବ
ଦରଦି ହୃଦୟ କଣ
ବାଘର ସ୍ତନରୁ ବିରାଡି ଶାବକ
କରୁଥାଏ ଦୁଗ୍ଧ ପାନ।
ନିରିବାକ ପଶୁ କହୁଛି ଆମକୁ
ଶିଖ ହେ ମଣିଷ ଜାତି
ର୍ଦୁଗତିରେ ଯିଏ ପଡିଛି ହେ ଭାଇ
ଉଦ୍ଧାର ନକରି ଭିତି।
