ମଣିଷପଣିଆ
ମଣିଷପଣିଆ
ଏ ଘର ସେ ଘର ହେଉଥିଲା କୁନା
ଛତାଟିକୁ ହାତେ ଧରି
କହିଲେ ଜେଜେମା କାହିଁକିରେ ଧନ
ହେଉଅଛୁ ସରି ହୋଇ ଏତେ ଘାରି
କହିଲା କୁନା ବୁଝିଲ ଜେଜେମା
ଯାଇଥିଲି ଛତା ଧରି
ଆମ ସାହି କୁକୁର ବଳିଆ ପାଞ୍ଚ ପିଲା ସାଥେ
ବରଷାରେ ହେଉଥିଲା ଏତେ ସରି
ପହଞ୍ଚି ଦେଖିଲି ବାପାଙ୍କ କାର ତଳେ
ନେଇଛି ସେ ତା ଘର କରି
କହିଲା ଆଖିରେ ସେ ତାର ବୁଦ୍ଧି ଦିଅନ୍ତି ଠାକୁର
ବୁଝି ନେବୁ ନିଜ କଥା ଆମେ
ତୁମେ କାହିଁ ହୁଅ ଘାରି
ବିଲେଇଟା ସେମିତି ଖାଉନି କ୍ଷୀର ଭାତ
ଆମିଷ ହେଉଛି ଝୁରି
କାର୍ତ୍ତିକ ମାର୍ଗଶିର ଆମିଷ ପଶୁନି ଘରେ
ବନିସ ପକାଇ କରି
ବାଡ଼ିପଟ ଚୁଲିରେ ଭାଜି ମାଛ
ଖୋଜୁଥିଲି ପୁଷିକୁ ଭାରି
ନପାଇ ଦେଖିଲି ଖଟତଳେ ପଶି
ଖାଉଛି ମୂଷାକୁ ମାରି
ଗଣେଷ ରୋଷ କରିବେ ମୋପରେ
କହିଥିଲା କୁନା ଯେବେ ଥିରି ଥିରି
ଜେଜେମା କୁନା ପିଠି ଥାପୁଡି କହିଲେ
ତୁ ମୋ ସୁନାପୁଅ ଭାରି
ମଣିଷପଣିଆ ଅଛି ଯାହା ପାଖେ
ହେବ କି ସେ କେବେ ଦୁଃଖେ ଭାରି
ସବୁ ଦୁଃଖ ତାର ହରଣ କରିବେ ଠାକୁର
ମନେ ମନେ ଯାଆ ସ୍ମରି ।
